27.1 C
Bhubaneswar
Friday, November 22, 2024
Homeଦେଶ ବିଦେଶନିଟ୍ ୟୁଜି : ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ

ନିଟ୍ ୟୁଜି : ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ନିଟ୍‌-ୟୁଜି ପରୀକ୍ଷା କେଁ; ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ । ନିଟ୍ ୟୁଜି ମାମଲାରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି । ସିବିଆଇକୁ ଷ୍ଟାଟସ୍ ରିପୋର୍ଟ ଦେବାକୁ କହିଲେ ସୁପ୍ରିମକୋର୍ଟ । ପେପର ଲିକ୍ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଆଜି ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିଥିଲେ । ଏହି ମାମଲାରେ କେତେ ଏତଲା କେଉଁଠାରେ ପଞ୍ଜୀକୃତ ହୋଇଛି । ଏହାର ତଦନ୍ତ କେତେ ଆଗେଇଛି, ସେ ସମ୍ପର୍କରେ ତଥ୍ୟ ମଗାଯାଇଥିଲା । ସେହିପରି ଏହି ପ୍ରସଙ୍ଗ ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡିତ । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ପରୀକ୍ଷା ପରିଚାଳନାରେ ବୁଝାମଣା କରାଯାଇଛି । ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଅଭିଯୋଗ ସତ୍ୟ, ଏହାକୁ ଗ୍ରହଣ କରିବାକୁ ପଡିବ ବୋଲି ଖଣ୍ଡପୀଠ କହିଛନ୍ତି । କେତେ ମାତ୍ରାରେ ଏହି ବିଭ୍ରାଟ ହୋଇଛି ସେ ସମ୍ପର୍କରେ କୋର୍ଟ ଜାଣିବାକୁ ଚାହାନ୍ତି ବୋଲି ମଧ୍ୟ କହିଥିଲେ । କେନ୍ଦ୍ର ସରକାର ଓ ‘ଏନଟିଏ’ ପକ୍ଷରୁ ପକ୍ଷ ରଖୁଥିବା ଓକିଲ ସମୟ ମାଗିଥିଲେ । କୋର୍ଟ ବୁଧବାର ସଂଧ୍ୟା ସୁଦ୍ଧା ଉଭୟ କେନ୍ଦ୍ର ସରକାର ଓ ଏନଟିଏକୁ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ସହ ପରବର୍ତ୍ତୀ ଶୁଣାଣି ଗୁରୁବାରକୁ ଧାର୍ଯ୍ୟ କରି ଶୁଣାଣି ସ୍ଥଗିତ ରଖିଛନ୍ତି । ତେବେ ଗୁରୁବାର ମାମଲାର ପୁଣି ଥରେ ଶୁଣାଣି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking