29.1 C
Bhubaneswar
Monday, April 27, 2026
Homeଦେଶ ବିଦେଶକର୍ଣ୍ଣାଟକରେ ଡରଉଛି ଡେଙ୍ଗୁ

କର୍ଣ୍ଣାଟକରେ ଡରଉଛି ଡେଙ୍ଗୁ

କର୍ଣ୍ଣାଟକ : କର୍ଣ୍ଣାଟକରେ ଡରଉଛି ଡେଙ୍ଗୁ। ଗତକାଲି ସମଗ୍ର କର୍ଣ୍ଣାଟକାରେ ୧୫୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବାଙ୍ଗାଲୁରରେ କେବଳ ୮୦ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏଥିସହ ଏଥିରେ ଆକ୍ରାନ୍ତ ହୋଇ ୬ ଜଣ ଆଖି ବୁଜି ସାରିଲେଣି । ଚଳିତ ବର୍ଷ କର୍ଣ୍ଣାଟକାରେ ଏଯାବତ ୭ ହଜାର ଡେଙ୍ଗୁ କେସ୍‌ ସାମନାକୁ ଆସିଲାଣି। ୬ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ୭୦୦୬ ଜଣ ଭାଇରସରେ ସଂକ୍ରମିତ ହୋଇଥିଲେ। ବାଙ୍ଗାଲୁରରେ ଉକ୍ତ ଦିନ ସୁଦ୍ଧା ୧୯୦୮ ପଜିଟିଭ ମାମଲା ସାମନାକୁ ଆସି ସାରିଛି।କେବଳ ବାଙ୍ଗାଲୁରରେ ନୁହେଁ, କର୍ଣ୍ଣାଟକାର ଅନ୍ୟ ଜିଲ୍ଲାମାନଙ୍କରେ ବି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏଥିଯୋଗୁ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ଟେନସନ ବଢ଼ି ଯାଇଥିବା ବେଳେ ଲକ୍ଷଣ ଦେଖୁ ଦେଖୁ ତତ୍କାଳ ପରୀକ୍ଷା କରିବାକୁ କୁହାଯାଇଛି। ଏଥିସହ ଡେଙ୍ଗୁ ପିଜିଟିଭ ଚିହ୍ନଟ ହେଲେ ତୁରନ୍ତ ଚିକିତ୍ସା ଆରମ୍ଭ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking