32.1 C
Bhubaneswar
Sunday, October 6, 2024
Homeଓଡିଶାସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବର ଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ଜମି ଗୁଡିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ଯ୍ୟ ନିମନ୍ତେ ବ୍ୟବହାର ହୁଏ। ଜବର ଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି। ତେଣୁ ଏସବୁ ବେଆଇନ ଦଖଲ ତୁରନ୍ତ ହଟାଯିବା ଆବଶ୍ୟକ।ପ୍ରଚଳିତ ନିୟମ ଅନୁଯାୟୀ
ଜବର ଦଖଲ ହଟିବା ପରେ ଏହାକୁ ବାଡ଼ ବସାଇ ଓ ଏଥିରେ ସମସ୍ତଙ୍କ ଦୃଷ୍ଟି ଗୋଚର ହେବା ଭଳି ସାଇନ୍ ବୋର୍ଡ ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆ ଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking