28.4 C
Bhubaneswar
Tuesday, June 23, 2026
Homeଓଡିଶାଭିଜିଲାନ୍ସ ଜାଲରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ତହସିଲଦାର

ଭିଜିଲାନ୍ସ ଜାଲରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ତହସିଲଦାର

ରାୟଗଡା : ଭିଜିଲାନ୍ସ ଜାଲରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ତହସିଲଦାର ବିଚିତ୍ରା ନନ୍ଦ ନାୟକ।ଆଜି ଜିଲ୍ଲା ସଦ୍ଭାବନା ଗୃହରେ ରାଜସ୍ୱ ବୈଠକ ଚାଲିଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା।ଏକଲକ୍ଷ ପନ୍ଦର ହଜାର ଟଙ୍କା ଲାଞ୍ଚ ନେଇ ନେଇଥିଲେ।ଆଜି ରାୟଗଡା ଜିଲ୍ଲା ରେ ରାଜସ୍ୱ ବିଭାଗର ବୈଠକ ଥିବା ସମୟରେ ,ସେ ଚନ୍ଦ୍ରପୁରୁ ରୁ ଏହି ବୈଠକ ରେ ଯୋଗ ଦେବା ନିମନ୍ତେ ଆସୁଥିଲେ, ଏବଂ ଏହି ସମୟରେ ଖବର ପାଇ ଭିଜିଲାନ୍ସ ବିଭାଗ ତାଙ୍କ ପିଛା କରୁଥିବା ବେଳେ ସେ ବିଭାଗୀୟ କର୍ମଚାରୀ ଙ୍କ ଉପରକୁ ଗାଡି ଛଡାଇବା ନିମନ୍ତେ ମଧ୍ୟ ଉଦ୍ୟମ କରିଥିଲେ,ଏବଂ ଡlଙ୍ଗ ସୋରଡା ଗାଁ ନିକଟରେ ଟଙ୍କା ଫିଙ୍ଗି ଦେଇଥିଲେ, ପରେ ଭିଜିଲାନ୍ସ ବିଭାଗ ତାଙ୍କୁ ପିଛା କରି ଜିଲ୍ଲାପାଳଙ୍କ ବୈଠକ କକ୍ଷରୁ ଗିରଫ କରି ଆଣିଥିଲେ।ବର୍ତ୍ତମାନ ତାଙ୍କ ନିଜ ଘର ଢେଙ୍କାନାଳ ରେ ମଧ୍ୟ ଟିମ ଆଜି ଚଢ଼ାଉ କରିବାର ସୂଚନା ଦେଇଛି ଭିଜିଲାନ୍ସ ବିଭାଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking