21.1 C
Bhubaneswar
Friday, December 19, 2025
Homeଓଡିଶାଘରେ ଶୋଇଥିଲେ ବୃଦ୍ଧା, ଚଢ଼ିଗଲା ଟ୍ରକ୍‌

ଘରେ ଶୋଇଥିଲେ ବୃଦ୍ଧା, ଚଢ଼ିଗଲା ଟ୍ରକ୍‌

ମୟୂରଭଞ୍ଜ : ରାଇରଙ୍ଗପୁର ସହର ଦାଣ୍ଡ ବୋଷ ଗାଁରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ରାସ୍ତା ପାର୍ଶ୍ୱରେ ଥିବା ଘରେ ପଶି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଘରେ ଶୋଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରୁ ଅନ୍ୟ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଉପଯୁକ୍ତ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ମୃତା ବୃଦ୍ଧାଜଣକ ୬୦ ବର୍ଷୀୟା କମଳା ପାତ୍ର ବୋଲି ଜଣାଯାଇଛି।

ଦାଣ୍ଡ ବୋଷ ଗାଁରେ କମଳା ପାତ୍ର ନିଜ ପରିବାର ସହ ରହୁଥିବା ବେଳେ ଗତ ରାତିରେ ସମସ୍ତେ ଶୋଇଥିଲେ। କମଳା ଘରେ ଲକ ଖଟିଆରେ ଶୋଇଥିଲେ। ମାତ୍ର ଆଜି ଭୋରୁ ହଠାତ୍‌ ଏକ ଟ୍ରକ୍‌ ତାଙ୍କ ଘର ଉପରେ ମାଡ଼ି ଯାଇଥିଲା। ଫଳରେ ଭିତରେ ଖଟିଆରେ ଶୋଇଥିବା କମଳାଙ୍କୁ ଟ୍ରକ୍‌ ଚଢ଼ାଇ ଦେଇଥିଲା। ଘଟଣାସ୍ଥଳରେ ହିଁ କମଳାଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାରର ଆଉ ୭ ସଦସ୍ୟ ବର୍ତ୍ତି ଯାଇଛନ୍ତି। ଏହି ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଗାଡ଼ି ଛାଫି ଫେରାର ହୋଇ ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking