30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶକୂଅରେ ପଡି ୫ ମୃତ

କୂଅରେ ପଡି ୫ ମୃତ

ଛତିଶଗଡ଼ : ଛତିଶଗଡ଼ର ଜଞ୍ଜଗିର-ଚମ୍ପା ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । କୂଅରେ ପଡ଼ି ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ ଇନସ୍ପେକ୍ଟର ସଞ୍ଜୀବ ଶୁକ୍ଳାଙ୍କ କହିବା ଅନୁସାରେ, ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ୁଛି, କୂଅରେ ବିଶାକ୍ତ ଗ୍ୟାସ ଥିବାରୁ ଅଣନିଶ୍ୱାସ ହୋଇ ସେମାନଙ୍କ ମୃତ୍ୟୁ ଘଟି ଥାଇପାରେ। ମୃତକମାନେ ହେଉଛନ୍ତି ରାମଚନ୍ଦ୍ର ଜୈସ୍ୱାଲ, ରମେଶ ପଟେଲ, ରାଜେନ୍ଦ୍ର ପଟେଲ, ଜିତେନ୍ଦ୍ର ପଟେଲ ଏବଂ ଟିକେଶ୍ୱର ଚନ୍ଦ୍ର। ପ୍ରାଥମିକ ସୂଚନା ଅନୁଯାୟୀ, ରାମଚନ୍ଦ୍ର କୁଅରୁ ଏକ କାଠ ପଟା ବାହାର କରିବା ପାଇଁ ତା ଭିତରକୁ ପଶିଥିଲେ। କିନ୍ତୁ ସେ ବାହାରି ନପାରିବାରୁ ଅନ୍ୟମାନଙ୍କୁ ଚିକ୍ତାର କରି ଡ଼ାକିଥିଲେ। ତାଙ୍କ ପାଟି ଶୁଣି ପରିବାର ଅନ୍ୟ ତିନି ଜଣ ସଦସ୍ୟ କୁଅକୁ ଯାଇଥିଲେ। ସେମାନେ କୁଅରୁ ବାହାରି ନ ପାରିବାରୁ ଟିକେଶ୍ୱର ଚନ୍ଦ୍ର ବି କୁଅକୁ ଯାଇଥିଲେ। ସମସ୍ତ ପାଞ୍ଚ ଜଣ ଦୀର୍ଘ ସମୟ ଧରି କୁଅରୁ ନ ଆସିବାରୁ ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଅଗ୍ନିଶମ ବାହିନୀଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବାହିନୀ ସମସ୍ତଙ୍କୁ ଉଦ୍ଧାର କରି ବାହାରକୁ ଆଣିଥିଲେ। ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲେ ମଧ୍ୟ ସମସ୍ତଙ୍କର ମୃତ୍ୟୁ ଘଟିଛି। କୁଅ ଭିତରେ କିଛି ବିଷାକ୍ତ ଗ୍ୟାସ୍ ଥିବା କାରଣରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା କାରଣରୁ ମୃତ୍ୟୁ ଘଟିଥିବା ପୁଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking