30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଅପରେସନ ପରେ ମହିଳାଙ୍କ ପେଟରୁ ବାହାରିଲା ୧୫୦୦ ପିତ୍ତାଶୟ ପଥର

ଅପରେସନ ପରେ ମହିଳାଙ୍କ ପେଟରୁ ବାହାରିଲା ୧୫୦୦ ପିତ୍ତାଶୟ ପଥର

ନୂଆଦିଲ୍ଲୀ : ମହିଳାଙ୍କ ପେଟରୁ ବାହାରିଲା ୧୫୦୦ ପିତ୍ତାଶୟ ପଥର । ରାଜଧାନୀ ଦିଲ୍ଲୀର ଘଟିଛି ଏଭଳି ଅଭାବନୀୟ ଘଟଣା । ଡାକ୍ତରମାନେ ଜଣେ ୩୨ ବର୍ଷୀୟା ମହିଳାଙ୍କ ପେଟରୁ ୧୫୦୦ ପିତ୍ତାଶୟ ପଥର ସଫଳତାର ସହ ବାହାର କରିଛନ୍ତି। ଆଇଟି ସେକ୍ଟରରେ କାମ କରୁଥିବା ଏହି ମହିଳାଙ୍କର ଜଙ୍କ୍‌ଫୁଡ୍‌ ଓ ଚର୍ବିଯୁକ୍ତ ଖାଦ୍ୟ ଖାଇବାର ଅଭ୍ୟାସ ଥିଲା। ଫଳରେ ଗ୍ୟାସ୍ ଓ ଏସିଡ୍‌ ହେବା, ପେଟ ଫୁଲିବା ଓ ଅସ୍ବସ୍ତି ଲାଗିବା ଯୋଗୁ ସେ ନିୟମିତ ଦୋକାନରୁ ଆଣ୍ଟାସିଡ୍‌ କିଣି ଖାଉଥିଲେ। ତା’ ସତ୍ତ୍ବେ ଯନ୍ତ୍ରଣା ବଢ଼ିବା ସହ ଅନେକ ସମୟରେ ବାନ୍ତି ବି ହେଉଥିଲା। ଶେଷକୁ ବାଧ୍ୟ ହୋଇ ଡାକ୍ତରଙ୍କ ପାଖକୁ ଯିବା ପରେ ଡାକ୍ତର ତାଙ୍କୁ ଅଲଟ୍ରାସାଉଣ୍ଡ କରିବାକୁ ପରାମର୍ଶ ଦେଇଥିଲେ। ଏଥିରୁ ଜଣାପଡିଥିଲା ଯେ ତାଙ୍କ ପିତ୍ତାଶୟ (ଗଲ୍‌ବ୍ଲାଡର) ପଥରରେ ଭର୍ତ୍ତି ହୋଇଯାଇଛି। ସାର୍ ଗଙ୍ଗାରାମ ହସ୍ପିଟାଲର ବିଶେଷଜ୍ଞମାନେ ‘ଲାପାରୋସ୍କୋପିକ୍ କୋଲେସିଷ୍ଟେକ୍ଟୋମି’ ପଦ୍ଧତି ଦ୍ବାରା ପିତ୍ତାଶୟ ପଥରଗୁଡ଼ିକୁ ବାହାର କରିଥିଲେ। ସାର୍ ଗଙ୍ଗାରାମ ହସ୍ପିଟାଲର ଡାକ୍ତର ମନିଷ କେ ଗୁପ୍ତାଙ୍କ ନେତୃତ୍ବରେ ଏହି ଅପରେସନ କରାଯାଇଥିଲା। ଡାକ୍ତର ମନିଷ କହିଛନ୍ତି ଯେ ପରିବର୍ତ୍ତିତ ଜୀବନଶୈଳୀ, ଦୁଇ ଭୋଜନ ମଧ୍ୟରେ ଲମ୍ବା ବ୍ୟବଧାନ, ଦୀର୍ଘ ଉପବାସ ଓ ଜଙ୍କଫୁଡ୍‌ ଖାଇବା ପିତ୍ତାଶୟ ପଥରର ମୁଖ୍ୟ କାରଣ। ଏହି ପଥରଗୁଡ଼ିକ ଛୋଟ ହୋଇଥିଲେ ମଧ୍ୟ ଜଣ୍ଡିସ୍ ଓ ଅଗ୍ନ୍ୟାଶୟଜନିତ ରୋଗର କାରଣ ହୋଇପାରେ ଏବଂ ପରେ ପିତ୍ତାଶୟ କର୍କଟ ବି ହୋଇପାରେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking