24.1 C
Bhubaneswar
Friday, February 13, 2026
Homeଓଡିଶାଶୌଚାଳୟରେ ଝୁଲି ପଡିଲେ ନାବାଳକ

ଶୌଚାଳୟରେ ଝୁଲି ପଡିଲେ ନାବାଳକ

ଅନୁଗୋଳ: ଚୋରି ମାମଲାରେ ଧରା ପଡ଼ିବା ପରେ ଅନୁଗୋଳସ୍ଥିତ ସ୍ୱତନ୍ତ୍ର ଆବାସକୁ ଆସିଥିଲେ ନାବାଳକ । କିଛି ଦିନ ପରେ ଏଠାରୁ ବାହାରି ନିଜ ଘରକୁ ଯାଇଥାନ୍ତେ । ମାତ୍ର ତା’ ପୂର୍ବରୁ ନାବାଳକଜଣକ ଚରମ ପଦକ୍ଷେପ ନେଇ ପର୍ୟ୍ୟବେକ୍ଷଣ ଗୃହର ଶୌଚାଳୟରେ ଝୁଲି ପଡ଼ିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଆଜି ଭୋରରୁ ଘଟିଛି। ମୃତ ଅନ୍ତେବାସୀଙ୍କ ଘର ଜଗତସିଂହପୁର ଅଞ୍ଚଳରେ । ସେ ଏକ ଚୋରୀ ମାମଲାରେ କଟକ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ ଜରିଆରେ ଅନୁଗୋଳସ୍ଥିତ ସ୍ୱତନ୍ତ୍ର ଆବାସକୁ ଯାଇଥିଲେ।  ଗତ ୭, ୮ ମାସ ପୂର୍ବରୁ ସେ ଅନୁଗୋଳ ଆସିଥିବା ଭାରପ୍ରାପ୍ତ ଉପଖଣ୍ଡ ପରିବୀକ୍ଷଣ ଅଧିକାରୀ ଅମୀର କୁମାର ନାଥଶର୍ମା ସୂଚନା ଦେଇଛନ୍ତି।ଭାରପ୍ରାପ୍ତ ଉପଖଣ୍ଡ ପରିବୀକ୍ଷଣ ଅଧିକାରୀ ଅମୀର କୁମାର ନାଥଶର୍ମାଙ୍କ ସୂଚନା ଅନୁଯାୟୀ, ନାବାଳକଙ୍କ ମାନସିକ ସମସ୍ୟା ଥିଲା । ଜଣେ ଡାକ୍ତରଙ୍କ ଅଧୀନରେ ନିୟମିତ ଭାବେ ତାଙ୍କ ଚିକିତ୍ସା ଚାଲିଥିଲା । ସେ ମେଡ଼ିସିନ ଖାଇବା ସହ ତାଙ୍କର କାଉନସେଲିଂ ମଧ୍ୟ ଚାଲୁଥିଲା ।ସବୁ କିଛି ଠିକ୍‌ଠାକ ଥିବା ବେଳେ ଆଜି ଭୋରରୁ ନାବାଳକଜଣକ ଶୌଚାଳୟ ଯାଇଥିବା ବେଳେ ସେଠାରେ ଝରକା ରେଲିଂରେ ନିଜ ଗାମୁଛାରେ ଝୁଲି ପଡ଼ିଥଲେ। ସେଠାରେ ଉପସ୍ଥିତ ଅନ୍ୟମାନେ ଏହା ଦେଖିବା ପରେ ତୁରନ୍ତ ନାବାଳକଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking