34 C
Bhubaneswar
Saturday, June 20, 2026
Homeଅପରାଧନିଜ ଛୁଆକୁ ଟଙ୍କା ପାଇଁ ବିକିଦେଲା ମା'

ନିଜ ଛୁଆକୁ ଟଙ୍କା ପାଇଁ ବିକିଦେଲା ମା’

ପାରାଦୀପ : ପାରାଦୀପରେ ଘଟିଛି ଅଭାବନୀୟ ଘଟଣା । ନବଜାତକୁ ଲକ୍ଷେ ଟଙ୍କାରେ ବିକ୍ରି କଲା ମା’। ଗତ ରବିବାର ଦିନ ଜଣେ ଆଦିବାସୀ ମହିଳା ଅଠରବାଙ୍କି ସରକାରୀ ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ସୋମବାର ସେହି ପିଲାକୁ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ବିକି ଦେଇଥିବା ଅଭିଯୋଗ ହେଉଛି। ନୂଆ ବଜାରର ଜଣେ ଦଲାଲଙ୍କ ପ୍ରରୋଚନାରେ ଛୁଆକୁ ଲକ୍ଷେ ଟଙ୍କାରେ ବିକ୍ରି କରିଥିବା କଥା ସାମ୍ନାକୁ ଆସିଛି। ସୂଚନା ଅନୁସାରେ ମହିଳା ଜଣକ ପ୍ରଥମେ ଷଣ୍ଢକୁଦ ବସ୍ତିରେ ରହୁଥିଲେ। ସେଠାରେ ଜଣେ ମହିଳା ତାଙ୍କର ଭଲମନ୍ଦ ବୁଝିବା ସହିତ ସମୟ ସମୟରେ ଯାଇ ତାଙ୍କ ଚିକିତ୍ସା କରାଉଥିଲେ। କେବଳ ସେତିକି ନୁହେଁ ପୂର୍ବରୁ ଥିବା ଝିଅର ଭବିଷ୍ୟତ ପାଇଁ ମଧ୍ୟ ୩୦ ହଜାର ଟଙ୍କା ଦେବି ବୋଲି କହିଥିଲେ। ଏହାପରେ ପିଲା ଜନ୍ମ ହେଲେ ତାଙ୍କୁ ଦେବାକୁ ଆଦିବାସୀ ମହିଳା କୁଆଡେ ରାଜି ହୋଇଥିଲେ। ମାତ୍ର କିଛି ଦିନ ହେବ ଆଦିବାସୀ ମହିଳା ଜଣକ ନୂଆବଜାର ବସ୍ତିରେ ରହୁଥିଲେ। ସେଠାରେ ଜଣେ ବ୍ୟକ୍ତି ତଙ୍କୁ ଅର୍ଥ ଲୋଭ ଦେଇ ପିଲାକୁ ନେଇ ବିଶାଖାପାଟଣା ପଳାଇ ଯାଇଥିବା ଅଭିଯୋଗ ହୋଇଛି। ତେବେ ଆଦିବାସୀ ମହିଳାଙ୍କୁ ଚିକିତ୍ସା କରାଉଥିବା ମହିଳା ଏହା ଜାଣିବା ପରେ ସ୍ଥାନୀୟ ପାରିଷଦ ଓ କିଛି ମହିଳାଙ୍କୁ ସାଙ୍ଗରେ ନେଇ ପାଟିତୁଣ୍ଡ କରିଥିଲେ। ତଦନ୍ତ ପାଇଁ ଏକ ଟିମ୍‌ ଗଠନ ହୋଇଛି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶିଶୁ ମଙ୍ଗଳ ଅଧିକାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking