କୋରାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଗୋଡିହଂଜର ଗାଁରେ ଘଟିଛି ଅଭାବନୀୟ ଘଟଣା । ଜଣେ ୭୭ ବର୍ଷିୟ ବୃଦ୍ଧା ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ମୃତ ବୃଦ୍ଧ ଜଣଙ୍କ ବୁଦେଇ ମୁଦୁଲି ବୋଲି ଜଣାପଡିଛି । ସୂଚନା ଅନୁସାରେ ମଙ୍ଗଳବାର ସଂଧ୍ୟାରେ ବୃଦ୍ଧ ଜଣଙ୍କ ଗାଁ ପାଖରେ ଥିବା ପୋଖରୀକୁ ଶୈାଚ ହେବାକୁ ଯାଇଥିଲେ । ଏହି ସମୟରେ ତାଙ୍କର ଗୋଡ ଖସିଯାଇଥିଲା । ଆଉ ସେ ପାଣି ଭିତରେ ବୁଡି ଯାଇଥିଲେ । ଏହାପରେ ପରିବାର ପକ୍ଷରୁ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୈାଣସି ପତ୍ତା ମିଳିନଥିଲା । ତେବେ ଏନେଇ ଗ୍ରାମବାସୀ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଏବଂ ଅଗ୍ନିଶମ ବାହିନୀ ପୋଖରୀରେ ଖୋଜାଖୋଜି କରିବା ପରେ ରାତି ପ୍ରାୟ ୧୨ ଟା ସମୟରେ ବୃଦ୍ଧଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଖବର ପାଇ ମାଛକୁଣ୍ଡ ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।










