25.1 C
Bhubaneswar
Sunday, May 10, 2026
Homeଓଡିଶାବନ୍ଦ ଥିବା ସ୍କୁଲ ଖୋଲା ଯିବ : ଗଣଶିକ୍ଷା ମନ୍ତ୍ରୀ

ବନ୍ଦ ଥିବା ସ୍କୁଲ ଖୋଲା ଯିବ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ପୂର୍ବ ସରକାର ବନ୍ଦ କରିଥିବା ସ୍କୁଲକୁ ଖୋଲିବାକୁ ଯୋଜନା । ସରକାର ଯୋଜନା କରୁଥିବା ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା । ଯେଉଁଠି ପିଲାଙ୍କୁ ପାଠ ପଢିବା ପାଇଁ ସ୍କୁଲ ଯିବାକୁ ପଡୁଛି, ଯେଉଁ ସ୍ଥାନରେ ଭୁଲ ରିପୋର୍ଟ ଜରିଆରେ ସ୍କୁଲ ବନ୍ଦ କରି ଦିଆଯାଇଛି, ସ୍ଥାନୀୟ ଲୋକଙ୍କର ବି ଦାବି ଅଣଦେଖା କରାଯାଇଛି, ସେହି ସବୁ ସ୍ଥାନରେ ଥିବା ସ୍କୁଲ ଗୁଡିକୁ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋଲିବାକୁ ଯୋଜନା ହେଉଛି । ଗଣଶିକ୍ଷା ବିଭାଗ ପକ୍ଷରୁ ସଚିବଙ୍କୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲକୁ ନେଇ ଲୋକଙ୍କ ଦାବି ଅନୁଯାୟୀ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଉଛି । ସଚିବ ବିସ୍ତୃତ ରିପୋର୍ଟ ଦେବା ପରେ ସ୍କୁଲ ଗୁଡିକୁ ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking