29.1 C
Bhubaneswar
Monday, May 4, 2026
Homeଓଡିଶାନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ

ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ବର: ୧୯୯୩ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ପାଞ୍ଚ ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ କେହି ନିଯୁକ୍ତି ପାଉ ନଥିଲେ। ରାଜେଶ ବର୍ମା ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶେଷ ପ୍ରମୁଖ ଶାସନ ସଚିବ। ଶ୍ରୀ ବର୍ମା ୨୦୧୭ ଜାନୁଆରିରେ ଏହି ପଦବିରେ ନିଯୁକ୍ତି ପାଇଥିଲେ। ୨୦୧୯ ଜୁଲାଇ ପର୍ୟ୍ୟନ୍ତ ସେ ଏହି ଦାୟିତ୍ବରେ ରହିଥିଲେ ଓ ତାହା ପରେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇଥିଲେ। ଶ୍ରୀ ବର୍ମାଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ କାହାରିକୁ ନିଯୁକ୍ତି ଦିଆଯାଇ ନଥିଲା। ଶ୍ରୀ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ଭି କେ ପାଣ୍ଡିଆନ କାର୍ୟ୍ୟ କରୁଥିଲେ। ୨୦୨୩ ଅକ୍ଟୋବରରେ ପାଣ୍ଡିଆନ ସରକାରୀ ଛାଡ଼ିଲା ପରେ ଶ୍ରୀ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ମଧ୍ୟ କାହାରିକୁ ନିଯୁକ୍ତି ଦିଆଯାଇ ନଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking