25.1 C
Bhubaneswar
Tuesday, February 24, 2026
Homeଓଡିଶା୧୨ ଯାଏ ଘୁଞ୍ଚିଲା +୨ ଆବେଦନ ପ୍ରକ୍ରିୟା

୧୨ ଯାଏ ଘୁଞ୍ଚିଲା +୨ ଆବେଦନ ପ୍ରକ୍ରିୟା

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ +୨ ପ୍ରଥମ ବର୍ଷ (ଏକାଦଶ) ନାମଲେଖା ସୂଚୀରେ ପରିବର୍ତ୍ତନ ହୋଇଛି। ଆସନ୍ତା ୬ ତାରିଖ ବଦଳରେ ୧୨ ତାରିଖ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ନାମଲେଖା ପାଇଁ ଆବେଦନ କରିପାରିବେ। ଏନେଇ ନିର୍ଦେଶାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସୂଚନା‌ ଅନୁଯାୟୀ ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲରେ www.samsodisha.gov.in ଲଗଇନ୍‌ କରି ଆବେଦନ କରିପାରିବେ। କଳା, ବାଣିଜ୍ୟ, ବିଜ୍ଞାନ, ଉପଶାସ୍ତ୍ରୀ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌(ଆଭାସି) ଜରିଆରେ ଆବେଦନ କରିପାରିବେ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨ ହଜାର ୨୯୪ କନିଷ୍ଠ ମହାବିଦ୍ୟାଳୟରେ +୨ ପାଠ୍ୟକ୍ରମରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ।

ମାଧ୍ୟମିକ ଶିକ୍ଷା ପରିଷଦ କିମ୍ବା ସମକକ୍ଷ ବୋର୍ଡରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ସାମ୍ସରେ ପଞ୍ଜୀକରଣ କରିବା ପରେ ଆବେଦନ କରିପାରିବେ। ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ଆବେଦନ ଚାଲିବ। ୨୦ ଜୁଲାଇରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀ ସେମାନଙ୍କର ଇଣ୍ଟିମେସନ୍‌ ଲେଟର(ନାମଲେଖା ପାଇଁ ଆମନ୍ତ୍ରଣ ପତ୍ର) ଡାଉନଲୋଡ କରିପାରିବେ। ଜୁଲାଇ ୨୨ରୁ ୨୭ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମ ଲେଖାଯିବ। ସେହିପରି ଅଗଷ୍ଟ ୫ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଅଗଷ୍ଟ ୨୦ରେ ସ୍ପଟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଅଗଷ୍ଟ ୨୨ରୁ ୨୮ ମଧ୍ୟରେ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ମାତ୍ର ଅଗଷ୍ଟ ପହିଲାରୁ ବିଦ୍ୟାର୍ଥୀଙ୍କ ପାଠପଢା ଆରମ୍ଭ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking