28.1 C
Bhubaneswar
Tuesday, March 3, 2026
Homeଦେଶ ବିଦେଶବିବାହ ମଣ୍ଡପରେ ଆତ୍ମଘାତୀ ବିସ୍ଫୋରଣ, ୧୮ ମୃତ

ବିବାହ ମଣ୍ଡପରେ ଆତ୍ମଘାତୀ ବିସ୍ଫୋରଣ, ୧୮ ମୃତ

ନାଇଜେରିଆ : ଚାଲିଥିଲା ବିବାହ। ବେଦିରେ ଥିଲେ ବର-କନ୍ୟା। ଚାରିଆଡେ ଅତିଥି ଓ ପରିବାର ଲୋକେ ମଧ୍ୟ ଏକାଠି ହୋଇଥିଲେ। ଠିକ୍‌ ଏତିକି ବେଳେ ହେଲା ଆତ୍ମଘାତୀ ବିସ୍ଫୋରଣ। ଆଖିପିଛୁଳାକେ ଖୁସିର ମୁହୂର୍ତ୍ତ ଶୋକରେ ପରିଣତ ହୋଇଗଲା। ଚାରିଆଡେ ବିଛାଡି ହୋଇ ପଡିଲା ମୃତଦେହ। କେବଳ ବିବାହ ମଣ୍ଡପ ନୁହେଁ ଶ୍ମଶାନ ଓ ହସ୍ପିଟାଲରେ ମଧ୍ୟ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ନାଇଜେରିଆରେ ଘଟିଛି ଏଭଳି କିଛି ଭୟଙ୍କର ଘଟଣା।

ନାଇଜେରିଆରେ ସିରିଜ ଆତ୍ମଘାତୀ ବିସ୍ପୋରଣରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୪୨ ଜଣ ଗୁରୁତର ଅଛନ୍ତି। ଶନିବାର ପୂର୍ବୋତ୍ତର ନାଇଜେରିଆର ଗ୍ୱେଜା ସହରରେ ତିନୋଟି ସିରିଜ ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିବାହ ସମାରୋହକୁ ଜଣେ ମହିଳା ପିଠିରେ ଛୁଆକୁ ବାନ୍ଧି ସାମିଲ ହୋଇଥିଲେ। ଏହାପରେ ସେଠାରେ ନିଜକୁ ସେ ବିସ୍ଫୋରଣରେ ଉଡାଇ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking