31.1 C
Bhubaneswar
Friday, February 13, 2026
Homeଓଡିଶାପ୍ରଶାସନର ପ୍ରତିଶ୍ରୁତି ପରେ ଦୀର୍ଘ ସମୟ ପରେ ହଟିଲା ରାସ୍ତାରୋକ

ପ୍ରଶାସନର ପ୍ରତିଶ୍ରୁତି ପରେ ଦୀର୍ଘ ସମୟ ପରେ ହଟିଲା ରାସ୍ତାରୋକ

ଯାଜପୁର : ପ୍ରଶାସନର ପ୍ରତିଶ୍ରୁତି ପରେ ଦୀର୍ଘ ସମୟ ପରେ ହଟିଲା ରାସ୍ତାରୋକ । ଅଜଣା ଗାଡ଼ି ଧକାରେ ୭ବର୍ଷ ଶିଶୁ ପୁତ୍ର ମୃତ୍ୟୁ କୁ କେନ୍ଦ୍ର କରି ରାସ୍ତାରୋକ ହୋଇଥିଲା । ଯାଜପୁର ଟାଉନ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ଛକ ନିକଟରେ ଗତ କାଲି ଏକ ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳର ଛୋଟୁ ନାୟକଙ୍କ ପୁଅ ଆଦର୍ଶ ଙ୍କ ମୃତ୍ୟୁ ଘଟିଥିଲା। ଆଜି ଏହି ଘଟଣା ଜଣାପଡିବା ପରେ ଗ୍ରାମବାସୀ ମାନେ ଉତ୍ୟକ୍ତ ହୋଇ ଟାୟାର ଜାଳି ଯାଜପୁର-କୁଆଖିଆ ୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ମୃତକ ଙ୍କ ପରିବାର କୁ କ୍ଷତିପୂରଣ ଓ ଘଟଣା ସ୍ଥଳରେ ହମ୍ପସ ନିର୍ମାଣ ଦାବି କରି ଦୀର୍ଘ ସମୟ ଧରି ଏହି ରାସ୍ତାରୋକ କରାଯାଇଥିଲା । ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ଗାଡି ଠିଆ ହୋଇରଠିଥିଲା । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଥିଲା । ପରେ ପୋଲିସ ପ୍ରଶାସନ ଓ ଜିଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଇବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking