30.1 C
Bhubaneswar
Sunday, March 22, 2026
Homeଓଡିଶାଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ହୁଣ୍ଡିଦାନ କାର୍ଯ୍ୟକ୍ରମ

ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ହୁଣ୍ଡିଦାନ କାର୍ଯ୍ୟକ୍ରମ

ଯାଜପୁର : ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ହୁଣ୍ଡିଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଭୁଲେଖ ବନ୍ଦୋବସ୍ତର ଅତିରିକ୍ତ ଆୟୁକ୍ତ ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ରାଷ୍ଟ୍ରପତି ପୁରସ୍କାପ୍ରାପ୍ତ ଶିକ୍ଷକ ଭୂପତି ଭୂଷଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶିବାଶିଷ ମହାରଣା, ଶିକ୍ଷାବିତ ଦାମୋଦର ବେହେରା, ସମାଜସେବୀ ମୃତ୍ୟୁଞ୍ଜୟ ମିଶ୍ର, ସାମ୍ବାଦିକ ହରିହର ସ୍ୱାଇଁ, ଗ୍ରୁପ ର ସଭାପତି ବୃନ୍ଦାବନ ମିଶ୍ର, ସମ୍ପାଦକ ଅଭିମନ୍ୟୁ ମିଶ୍ର ପ୍ରମୁଖ ଯୋଗ ଦେଇ ଏହି ହୁଣ୍ଡିଦାନ କାର୍ଯ୍ୟକ୍ରମ ରେ ସମସ୍ତଙ୍କୁ ସାମିଲ ହେବାକୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ଥିଏଟର ଗ୍ରୁପ ପକ୍ଷରୁ ଆଦାୟ ହୋଇଥିବା ହୁଣ୍ଡିକୁ ଉପସ୍ଥିତ ଅତିଥି ମାନେ ଭଙ୍ଗ କରିଥିଲେ । ଏବଂ ହୁଣ୍ଡି ରେ ଆଦାୟ ହୋଇଥିବା ଅର୍ଥରାଶିକୁ ଦୁଇ ଜଣ କ୍ୟାନସର ରୋଗୀ ଙ୍କ ଚିକିତ୍ସା ନିମନ୍ତେ ତାଙ୍କ ପରିବାର ବର୍ଗ ଙ୍କୁ ପ୍ରଦାନ କରିଥିଲେ। ପରିଶେଷରେ ଥିଏଟର ଗୃପର ସାଂସ୍କୃତିକ ସମ୍ପାଦନ ଶଙ୍କର ସାହୁଙ୍କ ଜନ୍ମ ଦିବସ ଉପଲକ୍ଷେ ପକ୍ଷରୁ ସାମାଜିକ ସଂସ୍କାରମୂଳକ ସଚେତନତା ନାଟକ ବୁନ୍ଦାଏ ପାଣି ରେ ସମୁଦ୍ର ପରିବେଷଣ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking