24.1 C
Bhubaneswar
Monday, April 6, 2026
Homeଅପରାଧବାପାକୁ ପିଟିପିଟି ମାରିଦେଲା ନୃସଂଶ ପୁଅ

ବାପାକୁ ପିଟିପିଟି ମାରିଦେଲା ନୃସଂଶ ପୁଅ

ସମ୍ବଲପୁର : ବାପାକୁ ହତ୍ୟା କଲା ନୃଶଂସ ପୁଅ । ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଳକ ଘେନୁପାଲି ପଞ୍ଚାୟତର ବୁଦେଲଛିଣ୍ଡା ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ସୁଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବୁଦେଲଛିଣ୍ଡା ଗାଁରେ ରହୁଥିବା ଧିରେନ ବାଗଙ୍କ ସହ ତାଙ୍କର ପିତା ରାମପ୍ରସାଦ ବାଗଙ୍କର କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ତେବେ ଏହି ଗଣ୍ଡଗୋଳ କାରଣରୁ ଧିରେନ ଉତ୍ୟକ୍ତ ହୋଇ ନିଜ ଘର ସମ୍ମୁଖରେ ଥିବା ଏକ ବାଉଁଶ ବାଡିରେ ପିଟି ପିଟି ତାଙ୍କୁ ହତ୍ୟା କରିଥିଲା। ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ହତ୍ୟାକାଣ୍ଡ ନେଇ ଖବର ପାଇବା ପରେ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ପୁଅକୁ ଗିରଫ କରିବା ସହ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking