25.1 C
Bhubaneswar
Saturday, February 14, 2026
Homeଓଡିଶାରାଜ୍ୟରେ ଛାତ୍ର ସଂସଦ ନିର୍ବାଚନର ଯଥାର୍ଥତା ରହିଛି : ଉଚ୍ଚଶିକ୍ଷା ମନ୍ତ୍ରୀ

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନର ଯଥାର୍ଥତା ରହିଛି : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନର ଯଥାର୍ଥତା ରହିଛି। ଏନେଇ ବିଚାର ବିମର୍ଶ ଚାଲିଛି। ସରକାର ଯାହାବି ନିଷ୍ପତ୍ତି ନେବେ ଛାତ୍ର ସମାଜର ସକାରାତ୍ମକ ଦିଗକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ। ଛାତ୍ର ସଂଗ୍ରଠନ ଦାବି ମହତ୍ତ୍ୱ ପୂର୍ଣ୍ଣ। ତେବେ ଯାହା ଠିକ୍‌ ହେବ, ସରକାର ନିଷ୍ପତ୍ତି ନେବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ କହିଛନ୍ତି । ପ୍ରକାଶ ଯେ  ଗଣତନ୍ତ୍ରର ଏନ୍ତୁଡି ହେଉଛି କଲେଜ। ଆଜି ରାଜନୀତିରେ ପାଦ ଥାପିଥିବା ପ୍ରତ୍ୟେକ ନେତା କଲେଜ ରାଜନୀତିରୁ ହିଁ ନିଜର ରାଜନୀତି କ୍ୟାରିୟର ଆରମ୍ଭ କରିଥା’ନ୍ତି। ପ୍ରତିଟି ସୁଦୃଢ ରାଜନେତାର ଦକ୍ଷତା ସେହି କଲେଜ ସମୟରେ ଛାତ୍ରନେତା ସମୟରେ ହିଁ ନଜର ଆସିଥାଏ। ନେତୃତ୍ୱ ହେବାର ଆଣ୍ଟ ହେଉ କି ଠାଣି ଛାତ୍ରନେତା ଥିବାବେଳରୁ ହିଁ ସ୍ପଷ୍ଟ ବାରି ହୋଇପଡେ। ତେବେ ଛାତ୍ରନେତାରୁ ରାଜନେତା ହେବା ପ୍ରକ୍ରିୟା ଗତ ୬ବର୍ଷ ଧରି ବନ୍ଦ ରହିଛି। ୨୦୧୭ ମସିହାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ଛାତ୍ର ସଂସଦ ନିର୍ବାଚନ ନେଇ ବିଭିନ୍ନ ଛାତ୍ର ସଂଗଠନ ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓ ଏଥିସହ ସରକାର ନିକଟରେ ଦାବି କରିଛନ୍ତି। ହେଲେ କିଛି ସୁଫଳ ମିଳିନାହିଁ। ତେବେ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଛାତ୍ର ସଂସଦ ନିର୍ବାଚନ ହୋଇପାରେ ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking