24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶକୋରିଆର ଲିଥିୟମ୍ ବ୍ୟାଟେରୀ ଉତ୍ପାଦନ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ; ୨୦ ମୃତ

କୋରିଆର ଲିଥିୟମ୍ ବ୍ୟାଟେରୀ ଉତ୍ପାଦନ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ; ୨୦ ମୃତ

କୋରିଆ : ସୋମବାର ଦକ୍ଷିଣ କୋରିଆର ଲିଥିୟମ୍ ବ୍ୟାଟେରୀ ଉତ୍ପାଦନ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ରାଜଧାନୀ ସିଓଲର ଦକ୍ଷିଣରେ ଥିବା ହାୱାସଙ୍ଗରେ ବ୍ୟାଟେରୀ ନିର୍ମାତା ଆରିସେଲ ଦ୍ୱାରା ପରିଚାଳିତ କାରଖାନାରେ ସ୍ଥାନୀୟ ସମୟ ପ୍ରାୟ ୧୦.୩୦ ସମୟରେ ଫ୍ୟାକ୍ଟ୍ରି ଭିତରୁ ଧୂଆଁ ବାହାରୁଥିବା ଦେଖି ଲୋକେ ସ୍ଥାନୀୟ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ।। ସ୍ଥାନୀୟ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ଗୋଦାମ ଭିତରେ ପ୍ରାୟ ୩୫,୦୦୦ୟୁନିଟ୍ ଥିବା ଅନେକ ବ୍ୟାଟେରୀ ସେଲ୍ ବିସ୍ଫୋରଣ ହେବା ପରେ ଏହି ଅଗ୍ନିକାଣ୍ଡ ଆରମ୍ଭ ହୋଇଥିଲା। ୟୋନହାପ ନ୍ୟୁଜ୍ ଏଜେନ୍ସିର ଏକ ରିପୋର୍ଟରେ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ନିଆଁ ଶୀଘ୍ର ବ୍ୟାପିଛି। ଯେହେତୁ ବ୍ୟାଟେରୀ ବିସ୍ଫୋରଣ ଜାରି ରହିଥିଲା, ଉଦ୍ଧାରକାରୀମାନେ ପ୍ଲାଣ୍ଟ ଭିତରକୁ ଯାଇ ଲୋକଙ୍କୁ ଖୋଜିବା କଷ୍ଟକର ହୋଇପଡିଥିଲେ। ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ୟୋନହାପ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କହିଛି ଯେ, ଗୋଦାମ ଭିତରେ ୬୭ କର୍ମଚାରୀ କାମ କରୁଥିଲେ ସେମାନଙ୍କ ମଧରୁ ୨୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କିନ୍ତୁ ଏହି ଅଗ୍ନିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହେବା ସହ ୪ ଜଣ ଆହତ ହୋଇଥିବା ଜଣେ ସ୍ଥାନୀୟ ଅଗ୍ନିଶମବାହିନୀ କର୍ମଚାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking