ଭୁବନେଶ୍ୱର : ରାଜ୍ୟରେ ପ୍ରଥମେ ଡିପଥେରିଆ ଓ ପରେ ପରେ ଜଣ୍ଡିସ ଓ ଜାପାନିଜ ଏନସେଫାଲାଇଟିସ୍ ରୋଗ ଆତଙ୍କ ସୃଷ୍ଟି କରିବାରେ ଲାଗିଛି । ଗୋଟେ ପରେ ଗୋଟେ ଜିଲ୍ଲାକୁ ସଂକ୍ରମଣ ରୋଗ କାୟା ବିସ୍ତାର କରିବାରେ ଲାଗିଛି । ସଂକ୍ରମଣ ରୋଗ ବ୍ୟାପୁଥିବା ଜିଲ୍ଲା ଅନୁଗୁଳ, ରାୟଗଡା , କୋରାପୁଟ ଓ ସମ୍ବଲପୁରର ଜିଲ୍ଲାପାଳଙ୍କ ସହ ବୈଠକ କରି କିପରି ଏ ସ୍ଥିତିରେ ସୁଧାର ଆସିବ ସେ ନେଇ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ମଧ୍ୟ ହସ୍ପିଟାଲ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ବୋଲି ସୂଚନା ମିଳିଛି । କ୍ୟାପିଟାଲ ହସ୍ପିଟାଲ ଗସ୍ତ କରି ଚିକିତ୍ସା ବ୍ୟବସ୍ଥାର କଲେ ଅନୁଧ୍ୟାନ । ଅନୁଗୁଳ, ରାୟଗଡା ଓ ସମ୍ବଲପୁର ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନଫରେନ୍ସିଂରେ ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।