28.1 C
Bhubaneswar
Saturday, September 28, 2024
Homeଓଡିଶା୫-ଟି ସ୍କୁଲ : ଦୁର୍ନୀତି ହୋଇଥିଲେ ହେବ କାର୍ଯ୍ୟାନୁଷ୍ଠାନ

୫-ଟି ସ୍କୁଲ : ଦୁର୍ନୀତି ହୋଇଥିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ବିଜେଡି ସରକାର ସମୟରେ ୫-ଟି ସ୍କୁଲ କାର୍ଯ୍ୟରେ ଦୁର୍ନୀତି ହେଉଥିବା ନେଇ ସେତେବେଳେ ବିରୋଧୀ ବିଜେପି ଓ କଂଗ୍ରେସ ବାରମ୍ବାର ଦାବି କରିଆସୁଥିଲେ । ଏବେ ବିଜେପି  ସରକାର ଗଠନ କରିଛି । ଆଉ ୫-ଟି ସ୍କୁଲ ଦୁର୍ନୀତିର ତଦନ୍ତ କରିବାକୁ ଯାଉଛି । ତେବେ ଯଦି ଦୁର୍ନୀତି ହୋଇଥିବା ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହାଛଡ଼ା ସେ କହିଛନ୍ତି ଯେ ରାଜ୍ୟରେ ଖାଲିପଡ଼ି୍ଥିବା ଶିକ୍ଷକ ପଦବୀ ଶୁବଶୀଘ୍ର ପୂରଣ ହେବ । ବିଗତ ଦିନରେ ଅନେକ ନକଲି ଶିକ୍ଷକ ଧରାପଡ଼ିଛନ୍ତି । ଏନେଇ କାର୍ଯ୍ୟାନୁଷ୍ଠାନ ହେବ । ବଦଳି ପରେ ସ୍କୁଲ ଯାଉନଥିବା ଶିକ୍ଷକଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବ । ଏଥିସହ ସ୍କୁଲ ଯାଇ ପିଲାଙ୍କୁ ପାଠ ପଢାଇବାକୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking