24.1 C
Bhubaneswar
Friday, February 13, 2026
Homeଓଡିଶାବାରିପଦା : ବସ୍ ଚଳାଚଳ ବନ୍ଦ

ବାରିପଦା : ବସ୍ ଚଳାଚଳ ବନ୍ଦ

ବାରିପଦା: ବସ୍‌ଷ୍ଟାଣ୍ଡରେ ଦୁଇ ଗୋଷ୍ଠୀ ମାରପିଟ ଘଟଣା । ବାରିପଦା ବସ୍‌ଷ୍ଟାଣ୍ଡରୁ ବସ୍ ଚଳାଚଳ ବନ୍ଦ । ମାରପିଟ ଘଟଣାରେ ୧୦ ଜଣଙ୍କୁ ଅଟକ ରଖାଯାଇଛି । ଏକ ଗୋଷ୍ଠୀ ପକ୍ଷରୁ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଧରି ଅନ୍ୟ ଏକ ଗୋଷ୍ଠୀକୁ ଆକ୍ରମଣରେ ୬ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ୨ଜଣଙ୍କ ଅବସ୍ଥାରେ ସଙ୍କଟାପନ୍ନ ରହିଛି। ସୂଚନା ଅନୁଯାୟୀ, ରାଇରଙ୍ଗପୁରରୁ ବ୍ରହ୍ମପୁର ଯାଉଥିବା ମା’ ଦୁର୍ଗା ନାମକ ଘରୋଇ ବସ ଚଳାଚଳ ସମୟକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଉକ୍ତ ବସ୍ ଟି ରାଇରଙ୍ଗପୁରରୁ ଆସୁଥିବା ବେଳେ ସଠିକ ସମୟ ଅନୁସାରେ ବାରିପଦା ବସଷ୍ଟାଣ୍ଡରୁ ଚଳାଚଳ କରୁନଥିଲା। ଯାହାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ବସଟି ଆସି ବାରିପଦା ଘରୋଇ ବସଷ୍ଟାଣ୍ଡରେ ପହଁଚିବା ପରେ ବସ ମାଲିକ ସଂଘ ଓ ବସ ମାଲିକଙ୍କ ଚଳାଚଳ ସମୟକୁ ନେଇ ଯୁକ୍ତିତର୍କ ହୋଇଥିଲା। ଯାହାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏନେଇ ବାରିପଦା ଟାଉନ ଥାନାରେ ବସ ମାଲିକ ସଂଘ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ବସଷ୍ଟାଣ୍ଡ ଘଟଣାସ୍ଥଳରେ ସ୍ଥିତି ଶାନ୍ତ ପାଇଁ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାରେ ସମ୍ପୃକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking