17.1 C
Bhubaneswar
Sunday, December 21, 2025
Homeଓଡିଶାଟାଟା ଷ୍ଟିଲ ଫାଉଣ୍ଡେସନ ଓ ଇଫକୋ ପକ୍ଷରୁ ଚାଷୀଙ୍କ ପାଇଁ 'ମୃତ୍ତିକା ପରୀକ୍ଷଣ' କାର୍ଯ୍ୟକ୍ରମ

ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଇଫକୋ ପକ୍ଷରୁ ଚାଷୀଙ୍କ ପାଇଁ ‘ମୃତ୍ତିକା ପରୀକ୍ଷଣ’ କାର୍ଯ୍ୟକ୍ରମ

ଯାଜପୁର : ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ଏବଂ ଇଣ୍ଡିଆନ ଫାର୍ମ ଫରେଷ୍ଟ୍ରି ଡେଭଲପମେଣ୍ଟ କୋଅପରେଟିଭ୍ (ଇଫକୋ) ସହଯୋଗରେ ବାମଣୀପାଳ ଅଞ୍ଚଳର କୃଷକମାନଙ୍କ ପାଇଁ ଦୁଇ ଦିନିଆ ‘ମୃତ୍ତିକା ପରୀକ୍ଷଣ କାର୍ଯ୍ୟକ୍ରମ’ ବୁଧବାର ଟାଟା ଷ୍ଟିଲର ବାମଣିପାଳ ହାଉସିଂ କମ୍ପେ୍ଲକ୍ସରେ ଅନୁଷ୍ଠିତ ହୋଇଯାଇଛି । ‘ବିଶ୍ୱ ମରୁଭୂମୀକରଣ ଓ ମରୁଡ଼ି ମୁକାବିଲା ଦିବସ’ ପାଳନ ଅବସରରେ କୃଷି ଉପରେ ମୃତ୍ତିକା ସ୍ୱାସ୍ଥ୍ୟର ପ୍ରଭାବ ଏବଂ ସ୍ଥାୟୀ ମୃତ୍ତିକା ପରିଚାଳନା ପ୍ରଣାଳୀ ବିଷୟରେ କୃଷକମାନଙ୍କୁ ସଚେତନ କରାଯାଇଥିଲା ଏବଂ ଏକ ‘ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷଣ ଭ୍ୟାନ୍‌’ ମାଧ୍ୟମରେ ମୃତ୍ତିକା ପରୀକ୍ଷଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣୀପାଳ ଅଞ୍ଚଳର ଦାନଗଦି ଓ ହରିଚନ୍ଦନପୁର ଦୁଇଟି ବ୍ଲକରୁ ୧୧୦ ଜଣ ଚାଷୀ ଅଂଶଗ୍ରହଣ କରିଥିଲେ । ୫୦୦ ଏକରରୁ ଅଧିକ ଚାଷ ଜମିରୁ ୧୧୦ଟି ସ୍ଥାନର ମାଟି ନମୁନାରେ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ୫୦ରୁ ଅଧିକ ମାଟି ନମୁନାର ସ୍ୱାସ୍ଥ୍ୟ ରିପୋର୍ଟ ଚାଷୀଙ୍କୁ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ରିପୋର୍ଟକୁ ବିସ୍ତୃତ ଭାବରେ ବର୍ଣ୍ଣନା କରି ମାଟିର ସର୍ବୋତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ଏବଂ ଜୈବିକ ସାରର ସଠିକ୍ ମାତ୍ରା ବିଷୟରେ ତଥ୍ୟ ପ୍ରଦାନ କରାଯାଇଥିଲା । ଫସଫରସ୍ (ପି), ପୋଟାସିୟମ୍ (କେ), ପିଏଚ୍ ସ୍ତର, ମୃତ୍ତିକା ଲବଣତା (ଇସି) ଏବଂ ଜୈବିକ କାର୍ବନ ପରିମାଣ ଭଳି ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ମୃତ୍ତିକା ସ୍ୱାସ୍ଥ୍ୟ ମାନଦଣ୍ଡର ମୂଲ୍ୟାଙ୍କନର ଗୁରୁତ୍ୱ ବିଷୟରେ କୃଷକମାନଙ୍କୁ ସଚେତନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କୃଷକମାନଙ୍କ ସହ ବ୍ୟାପକ ଆଲୋଚନା, ବିଭିନ୍ନ ଚାଷ ଜମିର କ୍ଷେତ୍ର ଯାଞ୍ଚ ଏବଂ ମୃତ୍ତିକା ନମୁନା ସଂଗ୍ରହ ପଦ୍ଧତି ପ୍ରଦର୍ଶନ କରାଯାଇଥିଲା । ଏହାବ୍ୟତୀତ ଜୈବ ସାର ଗ୍ରହଣର ଉପକାରିତା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାବ୍ୟତୀତ ଇଫକୋର ‘ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷଣ ଭ୍ୟାନ୍‌'(ପରୀକ୍ଷଣ ଉପକରଣ ଦ୍ୱାରା ସଜ୍ଜିତ ଲ୍ୟାବ), ଘଟଣାସ୍ଥଳରେ କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ ବିଷୟରେ ସଚେତନ କରାଇବା ଏବଂ ବିଶ୍ଳେଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଶେଷରେ କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା ।

ଟାଟା ଷ୍ଟିଲ ଫାଉଣ୍ଡେସନର ଏହି ସହଯୋଗୀ ପଦକ୍ଷେପ, ସ୍ଥାୟୀ ଏବଂ ଜଳବାୟୁ ସହନଶୀଳ କୃଷି ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ଏବଂ ଏହି ଅଞ୍ଚଳର କୃଷକମାନଙ୍କ ଜ୍ଞାନ ଏବଂ ଉତ୍ପାଦକତା ବୃଦ୍ଧିକୁ ଗୁରୁତ୍ୱାରୋପ କରେ, ଯାହା ଦ୍ୱାରା ଭବିଷ୍ୟତ ପାଇଁ ଜୀବିକା ସୁଦୃଢ଼ କରାଯାଇପାରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking