30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶବିହାର ସରକାରଙ୍କୁ ଝଟ୍‌କା ; ସଂରକ୍ଷଣ ସୀମା ବୃଦ୍ଧି ନିଷ୍ପତ୍ତି ରଦ୍ଦ

ବିହାର ସରକାରଙ୍କୁ ଝଟ୍‌କା ; ସଂରକ୍ଷଣ ସୀମା ବୃଦ୍ଧି ନିଷ୍ପତ୍ତି ରଦ୍ଦ

ପାଟନା : ସଂରକ୍ଷଣ ପ୍ରସଙ୍ଗରେ ବିହାର ସରକାରଙ୍କୁ ଏକ ବଡ ଝଟ୍‌କା ଦେଇଛନ୍ତି ପାଟନା ହାଇକୋର୍ଟ। ଜାତିଭିତ୍ତିକ ଜନଗଣନା ପରେ ବିହାର ସରକାରଙ୍କ ଦ୍ଵାରା ସଂରକ୍ଷଣ ସୀମା ବୃଦ୍ଧି କରିବା ନିଷ୍ପତ୍ତିକୁ ରଦ୍ଦ କରି ଦେଇଛନ୍ତି ଅଦାଲତ। ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ବିହାରରେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ସଂରକ୍ଷଣ ସୀମା ହିଁ ଲାଗୁ ରହିବ। ଜାତିଭିତ୍ତିକ ଜନଗଣନା ପରେ ରାଜ୍ୟରେ ସଂରକ୍ଷଣ ସୀମା ବୃଦ୍ଧି କରାଯାଇଥିଲା। ବିହାରରେ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ୬୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା, ଯାହା ବର୍ତ୍ତମାନ ହାଇକୋର୍ଟଙ୍କ ଦ୍ୱାରା ବାତିଲ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking