28.1 C
Bhubaneswar
Wednesday, December 17, 2025
Homeଓଡିଶାଓଭରବ୍ରିଜରୁ ଓଲଟିଲା ଟ୍ରକ; ଚାଳକ ଗୁରୁତର

ଓଭରବ୍ରିଜରୁ ଓଲଟିଲା ଟ୍ରକ; ଚାଳକ ଗୁରୁତର

ଭଣ୍ଡାରିପୋଖରୀ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ହନୁମାନ ମନ୍ଦିର ନିକଟରେ ଓଭରବ୍ରିଜ ଉପରୁ ଏକ ଥଣ୍ଡା ପାନୀୟ ବୋଝେଇ ଆଇଚର ଓଲଟି ପଡ଼ିଛି। ବୁଧବାର ଭୋର ସମୟରେ ଗାଡ଼ିଟି ବାଲେଶ୍ଵର ପଟୁ କଟକ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏଥିରେ ହେଲପର ଓ ଚାଳକ ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଇଚର ଟ୍ରକଟି ବାଇପାସ ରାସ୍ତାକୁ ଓଲଟି ପଡ଼ିଥିବା ବେଳେ ସେହି ସମୟରେ ଉକ୍ତ ରାସ୍ତାରେ କେହି ନଥିବାରୁ ଏକ ବଡ଼ ବିପଦ ଟଳି ଯାଇଥିବା କୁହାଯାଉଛି। ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କଳାକାରଙ୍କ କାର ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking