27.5 C
Bhubaneswar
Monday, July 22, 2024
Homeଓଡିଶାକଳାକାରଙ୍କ କାର ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ

କଳାକାରଙ୍କ କାର ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ

ବାରଙ୍ଗ: କଟକ ଜିଲ୍ଲା ତ୍ରିଶୁଳିଆ କୁଆଖିଆ ନଦୀ ପୋଲ ଉପରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏକ ଟ୍ରକ୍ ସହ କାର୍‌ ର ମୁହାଁମୁହିଁ ଧକ୍କା ହେବା ଫଳରେ ବ୍ରିଜରୁ ତଳକୁ ଖସି ପଡ଼ିଥିଲା। ଫଳରେ ଦୁର୍ଘଟଣା ଘଟିଥିଲା ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ କାର୍ ଓ ଟ୍ରକ୍ ଡ୍ରାଇଭରଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ସିରିଏଲ୍ ସୁଟିଂ ସାରି କାରରେ କିଛି କଳାକାର କଟକକୁ ଫେରୁଥିବା ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ସହ କାରର ମୁହାଁମୁହିଁ ଧକ୍କା ହୋଇଥିଲା। ଏହାଫଳରେ ଦୁର୍ଘଟଣା ଘଟିଥିଲା। ତେବେ ଏଯାଏ ମୃତାହତଙ୍କର ପରିଚୟ ମିଳିନାହିଁ।[ଜି ସାର୍ଥକ ଜୁନିଅର ମହିଳା ଆର୍ଟିଷ୍ଟି ଭାଗ୍ୟରେଖା ସିରିଏଲର ସୁଟିଂ ସାରି ରାତି ୨ଟାରେ ଘରକୁ ଫେରୁଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking