19.1 C
Bhubaneswar
Tuesday, February 3, 2026
Homeଓଡିଶାଆଜି ମଧ୍ୟ ରାତ୍ରି ଯାଏଁ କର୍ଫ୍ୟୁ

ଆଜି ମଧ୍ୟ ରାତ୍ରି ଯାଏଁ କର୍ଫ୍ୟୁ

ବାଲେଶ୍ବର: ବାଲେଶ୍ୱର ପୌରାଞ୍ଚଳରେ ଆଜି ମଧ୍ୟରାତ୍ର ଯାଏଁ ବଳବତ୍ତର ରହିବ କର୍ଫ୍ୟୁ। ଏନେଇ ବାଲେଶ୍ୱର ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଓଟି ରୋଡକୁ ସଂଯୋଗ କରୁଥିବା ସବୁ ରାସ୍ତା ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି କର୍ଫ୍ୟୁ କାଳରେ ଜରୁରୀ ସେବା କଟକଣା ମୁକ୍ତ ଥିବାବେଳେ, ପରୀକ୍ଷାର୍ଥୀଙ୍କ ଉପରେ କଟକଣା ଲାଗୁ ହେବନି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆବଶ୍ୟକ ନ ଥିଲେ କର୍ଫ୍ୟୁ କାଳରେ ଘରୁ ପଦାକୁ ନ ବାହାରିବାକୁ ଅପିଲ୍ କରିଛି ପୁଲିସ। ସେପଟେ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିବାବେଳେ ସ୍ଥିତି ଉପରେ ନଜର ରହିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି ଘଟଣାର ଅନୁଧ୍ୟାନ କରୁଥିବା ସେ କହିଛନ୍ତି। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ବି କରାଯାଇଛି।

ସରକାରଙ୍କ ପାଇଁ ‘ବାଲେଶ୍ୱର’ ସତର୍କ ଘଣ୍ଟି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking