24.1 C
Bhubaneswar
Saturday, March 21, 2026
Homeଓଡିଶାମହିଳା ସୌଚାଳୟରୁ ନବଜାତ ମୃତଶିଶୁ ଉଦ୍ଧାର

ମହିଳା ସୌଚାଳୟରୁ ନବଜାତ ମୃତଶିଶୁ ଉଦ୍ଧାର

ଫୁଲବାଣୀ : ମହିଳା ସୌଚାଳୟରୁ ନବଜାତ ମୃତଶିଶୁ ଉଦ୍ଧାର ହୋଇଛି । କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ମେଡ଼ିସିନ ୱାର୍ଡ଼ର ମହିଳା ସୌଚାଳୟରୁ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ମେଡିସିନ ୱାର୍ଡ଼ ମଧ୍ୟରେ ଥିବା ମହିଳା ସୌଚାଳୟକୁ ଜଣେ ସୁଇପର ସଫା କରିବାକୁ ଯାଇଥିବା ବେଳେ ଗୋଟିଏ ନବଜାତ ଶିଶୁ କନ୍ୟାର ମୃତଦେହ ପଡିଥିବା ଦେଖି ସଙ୍ଗେ ସଙ୍ଗେ ମେଡିକାଲ କତୃପକ୍ଷଙ୍କୁ ସୂଚନା ଦେଇଥିଲେ। ମେଡିକାଲ କର୍ତୃପକ୍ଷ ଏନେଇ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିବା ପରେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଶିଶୁଟିର କେଉଁ କାରଣରୁ ମୃତ୍ୟୁ ହେଲା, କିଏ ଏଠାରେ ପକାଇ ଚାଲିଗଲା ତାହାର କୌଣସି ସୂଚନା ମିଳିନାହିଁ । ଏନେଇ ଟାଉନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking