29.1 C
Bhubaneswar
Friday, October 18, 2024
Homeଦେଶ ବିଦେଶକେନ୍ଦ୍ରରେ ଲିଡ଼ କରୁଛି ବିଜେପି

କେନ୍ଦ୍ରରେ ଲିଡ଼ କରୁଛି ବିଜେପି

ନୂଆଦିଲ୍ଲୀ : ଏପ୍ରିଲ ୧୯ରେ ଆରମ୍ଭ ହୋଇଥିବା ଲୋକସଭା ଓ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି । ଏହା ସହ ଦେଶର ସର୍ବ ବୃହତ୍ତ ନିର୍ବାଚନ ସମାପ୍ତ ହୋଇଯାଇଛି । ତେବେ ୪୪ ଦିନର ନିର୍ବାଚନ ପ୍ରକ୍ରିୟା ପରେ, ଆଜି ହେଉଛି ଭୋଟ୍ ଗଣନା ଓ ଫଳାଫଳ ଗଣନା । ସକାଳ ୮ ଟା ସମୟରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ଏହାରି ଭିତରେ ଦେଶର ଅଧିକାଂଶ ଲୋକସଭା ଆସନରେ ବିଜେପି ଆଗୁଆ ରହିଛି । ତେବେ ଉତ୍ତରପ୍ରଦେଶର ବାରଣାସୀ ଲୋକସଭା ଆସନରୁ ନରେନ୍ଦ୍ର ମୋଦୀ ଆଗୁଆ ରହିଛନ୍ତି । ବାରାଣସୀ ଲୋକସଭା ଆସନରୁ ନରେନ୍ଦ୍ର ମୋଦିଙ୍କ ପ୍ରତିଦ୍ଵନ୍ଦିରେ କଂଗ୍ରେସ ଦଳ ପକ୍ଷରୁ ଅଜୟ ରାୟ ନିର୍ବାଚନ ଲଢ଼ିଛନ୍ତି । ସେହିପରି ଗୁଜୁରାଟ ଗାନ୍ଧିନଗର ଲୋକସଭା ଆସନରୁ ବିଜେପି ଦଳ ପକ୍ଷରୁ ଅମିତ ଶାହଙ୍କ ପ୍ରତିଦ୍ଵନ୍ଦିରେ କଂଗ୍ରେସ ଦଳ ନେତା ସୋନଲ ପଟେଲ ନିର୍ବାଚନ ଲଢ଼ିଥିଲେ । ଭୋଟ ଗଣତିର ପ୍ରଥମ ପର୍ଯ୍ୟାୟରେ ଗାନ୍ଧିନଗର ଲୋକସଭା ଆସନରୁ ଅମିତ ଶାହ ଆଗୁଆ ରହିଛନ୍ତି । ସେପଟେ ଉତ୍ତରପ୍ରଦେଶର ଲକ୍ଷ୍ନୌ ଲୋକସଭା ଆସନରୁ ବିଜେପି ନେତା ରାଜନାଥ ସିଂହଙ୍କ ପ୍ରତିଦ୍ଵନ୍ଦିରେ ସମାଜବାଦୀ ଦଳର ରବିଦାସ ମହରୋତ୍ରା ନିର୍ବାଚନ ଲଢ଼ିଥିଲେ । ଲକ୍ଷ୍ନୌରେ ଭୋଟ ଗଣତି ଜାରି ରହିଥିଲାବେଳେ ଲକ୍ଷ୍ନୌ ଲୋକସଭା ଆସନରେ ରାଜନାଥ ସିଂହ ଆଗୁଆ ରହିଛନ୍ତି । ଅନ୍ୟପଟେ ଉତ୍ତର ପ୍ରଦେଶ ଅମେଥି ଲୋକସଭା ଆସନରୁ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ପ୍ରତିଦ୍ଵନ୍ଦିରେ କଂଗ୍ରେସ ଦଳର କିଶୋରୀ ଲାଲ ଶର୍ମା ଲଢ଼ିଥିଲେ । ଅମେଥି ଭୋଟ ଗଣତିର ପ୍ରଥମ ପର୍ଯ୍ୟାୟରେ ସ୍ମୃତି ଇରାନୀ ଆଗୁଆ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking