27.1 C
Bhubaneswar
Saturday, October 19, 2024
Homeଓଡିଶାଆଗରେ ଅଛନ୍ତି ଅପରାଜିତା

ଆଗରେ ଅଛନ୍ତି ଅପରାଜିତା

ଭୁବନେଶ୍ୱର : ଏପ୍ରିଲ ୧୯ରେ ଆରମ୍ଭ ହୋଇଥିବା ଲୋକସଭା ଓ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି । ଜୁନ୍ ୧ରେ ୮ଟି ରାଜ୍ୟରେ ୫୭ଟି ଆସନରେ ଭୋଟ୍ ଗ୍ରହଣ ହୋଇଯାଇଛି । ଏହା ସହ ଦେଶର ସର୍ବ ବୃହତ୍ତ ନିର୍ବାଚନ ସମାପ୍ତ ହୋଇଯାଇଛି । ତେବେ ୪୪ ଦିନର ନିର୍ବାଚନ ପ୍ରକ୍ରିୟା ପରେ, ଆଜି ହେଉଛି ଭୋଟ୍ ଗଣନା ଓ ଫଳାଫଳ ଗଣନା । ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଛି । ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଆଗୁଆ ଅଛନ୍ତି । ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ଠାରୁ ୧୯୬ ଭୋଟରେ ଆଗୁଆ ଅଛନ୍ତି ଅପରାଜିତା । ପ୍ରଥମ ରାଉଣ୍ଡ ସୁଦ୍ଧା ଅପରାଜିତାଙ୍କୁ ୪ ହଜାର ୭୬୭ ଭୋଟ ମିଳିଥିବାବେଳେ ମନ୍ମଥ ରାଉତରାୟଙ୍କୁ ୪ ହଜାର ୫୯୮ ଭୋଟ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking