ନୂଆଦିଲ୍ଲୀ : ଋଷଭ ପନ୍ତ୍ଙ୍କ ଫିଟ୍ ହେବାକୁ ନେଇ ଆଶ୍ୱସ୍ତି ପ୍ରକାଶ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଆଇପିଏଲ୍ର ନୂଆ ସିଜନ୍ ଆରମ୍ଭ ପୂର୍ବରୁ ଆଉ ଏକ ଧକ୍କା ଲାଗିଛି । ସାଉଥ୍ ଆଫ୍ରିକୀୟ ଫାଷ୍ଟ୍ ବୋଲର୍ ଟୁର୍ଣ୍ଣାମେଣ୍ଟ୍ରୁ ବାଦ୍ ପଡ଼ିଛନ୍ତି । ଆଘାତ କାରଣରୁ ଏନ୍ଗିଡିଙ୍କୁ ଏହି ସିଜନ୍ରୁ ହଟିବାକୁ ପଡ଼ିଛି । ଏହା ପୂର୍ବରୁ ହ୍ୟାରି ବ୍ରୁକ୍ ବ୍ୟକ୍ତିଗତ କାରଣରୁ ଲିଗ୍ର ନାମ ପ୍ରତ୍ୟାହାର କରିନେଇଥିଲେ । ଏନ୍ଗିଡିଙ୍କ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସ ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର୍ ଜ୍ୟାକ୍ ଫ୍ରେଜର୍ ମ୍ୟାକ୍ଗୁର୍କଙ୍କୁ ବଦଳ ଖେଳାଳି ଭାବେ ଟିମ୍ରେ ସାମିଲ କରିଛି ।
ମେଲ୍ବର୍ଣ୍ଣର ୨୧ ବର୍ଷୀୟ ମ୍ୟାକ୍ଗୁର୍କ ନିକଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସିଡ୍ନୀ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଦିନିକିଆ ପଦାର୍ପଣ କରିଥିଲେ । ଦିଲ୍ଲୀ ତାଙ୍କୁ ୫୦ ଲକ୍ଷ ଟଙ୍କାର ‘ରିଜର୍ଭ’ ରାଶିରେ ଟିମ୍ରେ ସାମିଲ କରିଛି । ଏନ୍ଗିଡି ଗତ ଏକବର୍ଷ ହେବ ଆଙ୍କଲ୍ ସମସ୍ୟା ନେଇ ସଂଘର୍ଷ କରୁଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ଆଇପିଏଲ୍ରେ ୧୪ ମ୍ୟାଚ୍ ଖେଳି ୨୫ ୱିକେଟ୍ ଅକ୍ତିଆର କରିଛନ୍ତି । ୨୭ ବର୍ଷୀୟ ଏହି ଫାଷ୍ଟ୍ ବୋଲର୍ ୨୦୧୮ରୁ ଆଇପିଏଲ୍ ଖେଳିଆସୁଛନ୍ତି । ପ୍ରଥମେ ସେ ଚାରିଟି ସିଜନ୍ (୨୦୧୮-୨୦୨୧) ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ)ର ସଦସ୍ୟ ଥିଲେ । ୨୦୨୨ ରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ନିଜ ସହିତ ସାମିଲ କରିଥିଲା ।