ଭୁବନେଶ୍ୱର : ଆଜି ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ପାରନ୍ତି ବିଜେଡି ଶୀର୍ଷ ନେତୃତ୍ୱ । ଗତକାଲି ଦିଲ୍ଲୀ ଯାଇଛନ୍ତି ବିଜେଡିର ଦୁଇ ପ୍ରମୁଖ ନେତା ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏମାନେ ଆଜି ଅମିତ ଶାହ ଓ ଜେପି ନଡ୍ଡାଙ୍କୁ ଭେଟିବେ । ଆଜି ସନ୍ଧ୍ୟା ସୁଦ୍ଧା ମେଣ୍ଟ ନେଇ ଆସିପାରେ ବଡ଼ ଖବର । ମେଣ୍ଟ ନେଇ ଚିତ୍ର ସ୍ପଷ୍ଟ ହୋଇପାରେ । ଏନେଇ ଦିଲ୍ଲୀରେ ଚାଲିଛି କସରତ । ବିଜେଡି ଲୋକସଭା ଓ ବିଧନେସଭାରେ କେତେ ଆସନରେ ଲଢିବ, ସେନେଇ ଶୀର୍ଷ ନେତୃତ୍ୱଙ୍କୁ ଅବଗତ କରିବେ । ଏହା ସହ ରାଜ୍ୟ ବିଜେପିର ନେତାମାନେ ମଧ୍ୟ ଦିଲ୍ଲୀରେ ଡେରା ପକାଇଛନ୍ତି । ତେଣୁ ଆସନ ବୁଝାମଣା ନେଇ ଆଜି ସନ୍ଧ୍ୟା ସୁଦ୍ଧା ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଉଛି । ସୂଚନା ଅନୁସାରେ ଲୋକସଭାରେ ବିଜେଡି ୭ଟି ଆସନରେ ଲଢି ୧୪ଟି ଲୋକସଭା ଆସନ ବିଜେପିକୁ ଛାଡିପାରେ । ସେହିପରି ବିଧାନସଭାରେ ବିଜେଡି ଅତିକମରେ ୧୦୨ ଆସନ ନିଜ ପାଖରେ ରଖିପାରେ । ଆଉ ୪୫ଟି ଆସନ ବିଜେପିକୁ ଦେଇପାରେ ।