ଯାଜପୁର : ଯାଜପୁର ଜିଲ୍ଲା ର, କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥିତ ନୀଳାଚଳକାରଖାନା ପାଇଁ ବିସ୍ଥାପିତ ପରିବାର ମାନେ ଉତ୍ତରାଧିକାରୀ ଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଆଜକୁ ୨୨ ଦିନ ଧରି କାରଖାନା ସମ୍ମୁଖ ରେ ଧାରଣା ରେ ବସି ରହିଥିଲେ । ଏ ଯାବତ ଆର. ପି. ଡି. ଏ. ସି. ବୈଠକ ରେ ନିଆଯାଇଥିବା ନିଷ୍ପତି କାର୍ଯ୍ୟକାରିତା ଦାବିରେ କଳିଙ୍ଗନଗର ଶ୍ରମିକ ସଂଘ ନେତା ବାବୁଲି ପୂର୍ତ୍ତି, ମହିରାମ ପୂର୍ତ୍ତି, ବିଜୟ କୁମାର ମହନ୍ତ ପ୍ରମୁଖ ଆଜି ସମର୍ଥନ କରି ସତ୍ୟାଗ୍ରହ ରେ ବସିଛନ୍ତି। ଏହି ଧାରଣା ରେ ଆଇ. ଏନ. ଟି. ୟୁ. ସି. ରାଜ୍ୟଉପସଭାପତି ବିଦ୍ୟାଧର ମହାନ୍ତି, ଏ. ଆଇ. ଟି. ୟୁ. ସି. ନେତା ଆଲୋକ ମହାନ୍ତି ପ୍ରତିବାଦ ସଭାରେ କହିଲେ କି ବିସ୍ଥାପିତ ଆଇନ ଓ ଆର. ପି. ଡି. ଏ. ସି. ସିଦ୍ଧାନ୍ତ କୁ ତୁରନ୍ତ କାର୍ଯ୍ୟକାରୀ କରିବା ସହିତ ତ୍ରିପାକ୍ଷିକ ଆଲୋଚନା ରେ ସେମାନଂକୁ ନିଯୁକ୍ତି ନ ଦେଲେ କଳିଙ୍ଗନଗର ରେ ବ୍ୟାପକ ଆନ୍ଦୋଳନ ପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ଶ୍ରୀ ମହାନ୍ତି ସତର୍କ କରାଇ ଥିଲେ। ଯେପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ନ ହୋଇଛି ଏହି ଧାରଣା କୁ ସମର୍ଥନ କରି ଶ୍ରମିକ ସଂଘ ସତ୍ୟାଗ୍ରହ ଚାଲୁ ରହିବ ବୋଲି ଶ୍ରମିକ ନେତା ମାନେ ଘୋଷଣା କରିଥିଲେ।