ଭୁବନେଶ୍ୱର: ବିଜେପି ଅଫିସରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ କଡା ନିଶାନା । ଆଇନଶୃଙ୍ଖଳା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସିଧା ନିଶାନା କଲେ ଧର୍ମେନ୍ଦ୍ର । ଏନସିଆରବି ରିପୋର୍ଟରେ ଓଡିଶାର ସ୍ଥିତି ଅତ୍ୟନ୍ତ ଖରାପ ଥିଲା ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ମହିଳା ଅତ୍ୟାଚାର କ୍ଷେତ୍ରରେ ସବୁଠାରୁ ଖରାପ ୩ ରାଜ୍ୟ ଭିତରେ ଓଡିଶା ଥିବା ଖବର ସାମ୍ନାକୁ ଆସିଛି । ମମିତା ମେହେର ହତ୍ୟାକାଣ୍ଡର କୌଣସି ଉତ୍ତର ମିଳିଲା ନାହିଁ । ଆପଣଙ୍କ ବଡପଣ୍ଡା ମାନେ ମାରି ପୋତିଦେଲେ, ଅଭିଯୁକ୍ତର ଜେଲରେ ମୃତ୍ୟୁ ଘଟିଲା । ଭଟ୍ଟଲି ଅଂଚଳରେ ଥାନାରେ ପଶି ପୋଲିସକୁ ମାଡ ହେଲା । ମୁଖ୍ୟମନ୍ତ୍ରୀ ମହୋଦୟ ଆପଣ ଗୃହମନ୍ତ୍ରୀ, ଏହାର ଉତ୍ତର ଦିଅନ୍ତୁ । ଏସବୁ ସତ୍ତ୍ୱେ ବିରୋଧୀ ଅନ୍ଧପୁଟୁଳି ବାନ୍ଧିଛନ୍ତି କହିଲେ ଲୋକେ ଜବାବ ଦେବେ ।ପ୍ରଜାତନ୍ତ୍ରରେ ଲୋକେ ଅହଙ୍କାରକୁ ବରଦାସ୍ତ କରିବେ ନାହିଁ । ଭଡାଟିଆ ଇଷ୍ଟଇଣ୍ଡିଆ କଂପାନି ପ୍ରତିନିଧିଙ୍କଠାରୁ ମୋର ସାର୍ଟିଫିକେଟ ଦରକାର ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।