35.1 C
Bhubaneswar
Monday, June 1, 2026
Homeଦେଶ ବିଦେଶନିଲ୍ ମାକେଞ୍ଜି ଶ୍ରୀଲଙ୍କା ବ୍ୟାଟିଂ କନ୍‌ସଲ୍‌ଟାଣ୍ଟ୍

ନିଲ୍ ମାକେଞ୍ଜି ଶ୍ରୀଲଙ୍କା ବ୍ୟାଟିଂ କନ୍‌ସଲ୍‌ଟାଣ୍ଟ୍

କଲମ୍ବୋ: ଚଳିତ ମାସ ଶେଷ ଆଡ଼କୁ ପ୍ରୋଟିଆଜ୍ ଟିମ୍ ବିପକ୍ଷରେ ହେବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ନିମନ୍ତେ ଶ୍ରୀଲଙ୍କା ପୂର୍ବତନ ସାଉଥ୍ ଆଫ୍ରିକା ବ୍ୟାଟର୍ ନିଲ୍ ମାକେଞ୍ଜିଙ୍କୁ ବ୍ୟାଟିଂ କନ୍‌ସଲଟାଣ୍ଟ କୋଚ୍ ନିଯୁକ୍ତ କରିଛି। ପୂର୍ବତନ ଡାହାଣହାତୀ ବ୍ୟାଟର୍ ଡର୍ବାନ୍‌ରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ୍ ପୂର୍ବରୁ ନଭେମ୍ବର ୧୩ରୁ ଏବଂ ୨୧ ମଧ୍ୟରେ ଟିମ୍‌ରେ ଯୋଗଦେବେ। ମାକେଞ୍ଜିଙ୍କ ନିଯୁକ୍ତି ସମ୍ପର୍କରେ ଶ୍ରୀଲଙ୍କା କ୍ରିକେଟ୍ ସିଇଓ ଆସ୍‌ଲେ ଡି ସିଲ୍‌ଭା କହିଛନ୍ତି, ସାଉଥ୍ ଆଫ୍ରିକା ପରିବେଶରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାପାଇଁ ଶ୍ରୀଲଙ୍କା ଖେଳାଳିଙ୍କୁ ମାକେଞ୍ଜି ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ପ୍ରଦାନ କରିବେ। ଗତବର୍ଷ ମାକେଞ୍ଜି ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍ ସିରିଜ୍‌ରେ ସାଉଥ୍ ଆଫ୍ରିକାର ବ୍ୟାଟିଂ କନ୍‌ସଲ୍‌ଟାଣ୍ଟ୍ ଥିଲେ। ଚଳିତ ବର୍ଷ ଆଇପିଏଲ୍‌ରେ ସେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ବ୍ୟାଟିଂ କୋଚ୍ ମଧ୍ୟ ଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking