23.1 C
Bhubaneswar
Friday, May 1, 2026
Homeଦେଶ ବିଦେଶ୨୮ ବିଦ୍ରୋହୀ କଂଗ୍ରେସ ନେତା ନିଲମ୍ବିତ; ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ ବର୍ଷ ନିଲମ୍ବିତ...

୨୮ ବିଦ୍ରୋହୀ କଂଗ୍ରେସ ନେତା ନିଲମ୍ବିତ; ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ ବର୍ଷ ନିଲମ୍ବିତ କରାଯାଇଛି 

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳୀୟ ନିଷ୍ପତ୍ତି ବିରୋଧରେ ବିଦ୍ରୋହ କରି ନିର୍ବାଚନରେ ସ୍ୱତନ୍ତ୍ର ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏହି ୨୮ ନେତାଙ୍କୁ କଂଗ୍ରେସ ନିଲମ୍ବିତ କରିଛି। ରବିବାର ଅପରାହ୍ନ ସୁଦ୍ଧା ୨୧ ଜଣଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବାବେଳେ ରାତି ସୁଦ୍ଧା ଆଉ ୭ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ନେତାମାନଙ୍କୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ବିଦ୍ରୋହୀ ନେତାମାନଙ୍କ ଉପରେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ଦାୟିତ୍ୱରେ ଥିବା ରମେଶ ଚେନ୍ନାଥାଲାଙ୍କ ନିର୍ଦ୍ଦେଶରେ ବହିଷ୍କାର ନିଷ୍ପତ୍ତି ନିଆଯାଇଥିବା କଂଗ୍ରେସ କହିଛି।
ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରହିଥିବା ବେଳେ ଟିକଟ ନ ମିଳିବାକୁ ନେଇ ବିଦ୍ରୋହୀ ନେତାମାନେ କଂଗ୍ରେସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରୁଥିଲେ। ଏମାନେ ଦଳ ପକ୍ଷରୁ ଚୂଡାନ୍ତ ହୋଇଥିବା ପ୍ରାର୍ଥୀଙ୍କ ବିପକ୍ଷରେ ନିଜକୁ ସ୍ୱାଧୀନ ବିଧାୟକ ଭାବେ ଦର୍ଶାଇ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ। କଂଗ୍ରେସ ଏବେ ବାଧ୍ୟହୋଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଳରେ ଏହି ୨୮ ନେତାଙ୍କୁ ନିଲମ୍ବିତ କରିଛି। ତେବେ କଂଗ୍ରେସରୁ ବହିଷ୍କୃତ ହୋଇଥିବା ଏହି ୨୨ ନେତା ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ମହାବିକାଶ ଅଘାଡି (ଏମ୍‌ଭିଏ) ବିରୋଧରେ ନିର୍ବାଚନକୁ ଓହ୍ଲାଇବେ, ଫଳରେ ଏହା କଂଗ୍ରେସ ପାଇଁ ବଡ଼ କ୍ଷତିର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି।
କଂଗ୍ରେସରୁ ବହିଷ୍କୃତ ନେତାଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ମୁଲକ (ରାମଟେକ୍ ନିର୍ବାଚନମଣ୍ଡଳୀ), ୟାଜ୍ଞଭଲ୍କ ଜିଚକର (କାଟୋଲ), କମଲ ବ୍ୟବହାରେ (କସବା), ମନୋଜ ସିନ୍ଦେ (କୋପ୍ରି ପାଚପଖାଣ୍ଡି) ଏବଂ ଆବା ବାଗୁଲ (ପାର୍ବତୀ)ଙ୍କ ଭଳି କିଛି ବଡ଼ ନେତା ମଧ୍ୟ ସାମିଲ ଅଛନ୍ତି। ସୂଚନାଯୋଗ୍ୟ, ୨୦ ନଭେମ୍ବରରେ ମହାରାଷ୍ଟ୍ରର ସମସ୍ତ ୨୮୮ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବାକୁ ଯାଉଛି। ସେହିପରି ଭୋଟ ଗଣନା ସହ ଫଳାଫଳ ଘୋଷଣା ୨୩ ନଭେମ୍ବରରେ ହେବ। ବିଜେପି ଏହି ନିର୍ବାଚନରେ ଏନ୍‌ସିପି (ଅଜିତ୍ ପୱାର ଗୋଷ୍ଠୀ) ଏବଂ ଶିବସେନା (ଏକନାଥ ଶିନ୍ଦେ ଗୋଷ୍ଠୀ)ଙ୍କ ସହ ମହାୟୁତି ମେଣ୍ଟ ଗଠନ ପୂର୍ବକ ନିର୍ବାଚନ ଲଢ଼ୁଥିବା ବେଳେ ସାମ୍ନାରେ କଂଗ୍ରେସ-ଏନ୍‌ସିପି(ଶରଦ ପୱାର ଗୋଷ୍ଠୀ)-ଶିବସେନା (ଉଦ୍ଧବ ଠାକ୍‌ରେ ଗୋଷ୍ଠୀ)ଙ୍କ ମହାବିକାଶ ଅଘାଡି ମେଣ୍ଟ (ଏମ୍‌ଭିଏ) ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking