28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶମୃତ ଜୀବଜନ୍ତୁଙ୍କ ମାଂସ ଖାଆନ୍ତି ମହିଳା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୃତ ଜୀବଜନ୍ତୁଙ୍କ ମାଂସ ଖାଆନ୍ତି ମହିଳା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବ୍ୟୁରୋ: ରାସ୍ତାରେ ଯାତାୟତବେଳେ ପଶୁପକ୍ଷୀଙ୍କର ଦୁର୍ଘଟଣାର ଶିକାର ହୋଇଥିବା ଆପଣ ଦେଖିଥିବେ । କୌଣସି ଦ୍ରୁତ ଗତିରେ ଯାଉଥିବା ଯାନବାହନ ଦ୍ୱାରା ଧକ୍କା ହୋଇ ସେମାନଙ୍କର ମୃତ୍ୟୁ ଘଟିଥାଏ । ସେହି ଜୀବଜନ୍ତୁଙ୍କ ମୃତ ଶରୀର କେବେ କେବେ ରାସ୍ତାରେ ପଚିସଢି ନଷ୍ଟ ହୋଇଯାଏ ତ କେବେ ଚିଲ ଶାଗୁଣାଙ୍କର ଆହାର ପାଲଟିଯାଏ । କିନ୍ତୁ କେବେ ଶୁଣିଛନ୍ତି ଜୀବଜନ୍ତୁଙ୍କ ମୃତ ଶରୀରକୁ ଜଣେ ମହିଳା କଞ୍ଚା ରୂପେ ଆହାର କରନ୍ତି । ମହିଳା ଜଣକ ହେଉଛନ୍ତି ମ୍ୟାଣ୍ଡେର୍ସ ବାରନେଟ । ୩୨ବର୍ଷିୟ ମ୍ୟାଣ୍ଡେର୍ସ ଆମେରିକାର ଓରେଗନର ବାସିନ୍ଦା । ସେ ଦିନରେ ୨୪ଘଣ୍ଟା ଯାକ ବାହାରେ ଏଣେତେଣେ ବୁଲନ୍ତି । ବୁଲିବା ଭିତରେ ରାସ୍ତାରେ ପଡିଥିବା ଜୀବଜନ୍ତୁଙ୍କ ମୃତ ଶରୀରକୁ ସେ ଖାଦ୍ୟ ଭାବେ ଗ୍ରହଣ କରନ୍ତି । ଏପରି କରିବାର କାରଣ ପଚାରିବାରୁ ସେ କହିଛନ୍ତି, ଜୀବଜନ୍ତୁଙ୍କ ମରିବା ବ୍ୟର୍ଥ ନ ହୁଏ ସେଥିପାଇଁ ଏହାକୁ ଆହାର ଭାବେ ଗ୍ରହଣ କରୁଛି ।

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମ୍ୟାଣ୍ଡେର୍ସ ଗତ ଚାରି ବର୍ଷ ଧରି ଯାଯାବର ଜୀବନ ଯାପନ କରୁଛନ୍ତି । ଆଜିଯାଏଁ ସେ ଏକ ତମ୍ବୁରେ ରହି ଆସୁଛନ୍ତି । ମଣିଷ ସମାଜ ଠାରୁ ଦୂରେଇ ରହି ପ୍ରକୃତି ସହିତ ଜଡିତ ରହିବାକୁ ଇଚ୍ଛା ରଖିଛନ୍ତି ବୋଲି ସେ କହିଛନ୍ତି । ୨୦୧୯ ଜୁଲାଇରେ ତାଙ୍କ ଜୀବନ ୟୁଟର୍ନ ହୋଇଥିଲା । ଯେତେବେଳେ ସେ ଜଣେ ଘୋଡା ଚଢାଳିଙ୍କ ସହ ସାକ୍ଷାତ କରିଥିଲେ । ମ୍ୟାଣ୍ଡେର୍ସ ତାଙ୍କ ଜୀବନଶୈଳୀରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ବନ୍ୟଜନ୍ତୁ ଟେକ୍ନିସିଆନ ଚାକିରି ଛାଡି ତାଙ୍କ ସହ ଘୁରି ବୁଲିଥିଲେ । ସେମାନେ ଏକାଠି ଅଢେଇ ବର୍ଷ ବିତାଇଥିଲେ । ପରେ ଦୁହେଁ ଅଲଗା ହୋଇଯିବା ପରେ ମ୍ୟାଣ୍ଡେର୍ସ ଏକାକୀ ରହୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking