ଆଇଜଲ: ଭାରତୀୟ ବାୟୁସେନାରେ କାର୍ଯ୍ୟରତ ସ୍କ୍ୱାଡ୍ରନ୍ ଲିଡର ମନୀଷା ପାଢୀ ଦେଶର ପ୍ରଥମ ମହିଳା ଏଡିସି (ଏଡ୍-ଡି-କ୍ୟାମ୍ପ) ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସୋମବାର ମିଜୋରାମ ରାଜଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ହରିବାବୁ କମ୍ଭମପତି ମନୀଷାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ମନୀଷା ମିଜୋରାମ ରାଜ୍ୟପାଳଙ୍କ ଏଡିସିଭାବେ କାର୍ଯ୍ୟ କରିବେ ।
ଇତିପୂର୍ବରୁ ମନୀଷା ବିଦାର, ପୁଣେ ଓ ଭଟିଣ୍ଡାସ୍ଥିତ ବାୟୁସେନା ଘାଟିରେ କାର୍ଯ୍ୟକରି ପ୍ରଶଂସିତ ହୋଇସାରିଛନ୍ତି । ସୂଚନାଯୋଗ୍ୟ ରାଷ୍ଟ୍ରପତିଙ୍କ ପାଇଁ ୫ ଜଣ ଏଡିସିି ନିଯୁକ୍ତ ହୋଇଥିବାବେଳେ ସ୍ଥଳସେନା, ବାୟୁସେନା ଓ ନୌସେନା ମୁଖ୍ୟଙ୍କୁ ଜଣେ ଲେଖାଏଁ ଏଡିସିଙ୍କୁ ନିଯୁକ୍ତି ଦିଆଯାଇଛି ।