34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଆମେରିକାର ୧୧ ରାଜ୍ୟରେ ବଢୁଛି ଶ୍ୱାସରୋଗ

ଆମେରିକାର ୧୧ ରାଜ୍ୟରେ ବଢୁଛି ଶ୍ୱାସରୋଗ

ୱାଶିଂଟନ: ଚାଇନାରେ ରହସ୍ୟମୟ ନିମୋନିଆ ସଂକ୍ରମଣ ବ୍ୟାପିଚାଲିଥିବାବେଳେ ଏବେ ଆମେରିକାର ୧୧ଟି ରାଜ୍ୟରେ ଶ୍ୱାସକ୍ରୟାଜନିତ ରୋଗ ବଢ଼ୁଥିବାରୁ ଆତଙ୍କ ସୃଷ୍ଟି ହୋଇଛି । ସଂଗୃହୀତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ବହୁ ଅଧିକ ଲୋକ ଶ୍ୱାସଜନିତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ସିଡିସି (ସେଣ୍ଟର ଫରଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ) ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଚଳିତ ଥର ଫ୍ଲୁ ଅଧିକ ଗମ୍ଭୀର ହୋଇପାରେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ବିଶେଷକରି ଆମେରିକାର ଦକ୍ଷିଣ କେନ୍ଦ୍ରୀୟ, ଦକ୍ଷିଣପୂର୍ବ, ପାର୍ବତ୍ୟାଞ୍ଚଳ ଏବଂ ପଶ୍ଚିମ ଉପକୂଳ ଅଞ୍ଚଳରେ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା କ୍ରମାଗତ ଭାବେ ବଢ଼ିଚାଲିଛି । ଲୁଇଜିଆନା ଏବଂ ସାଉଥ୍ କାରୋଲିନାରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ଏବଂ ଅତ୍ୟଧିକ ଗମ୍ଭୀର ସ୍ଥିତି ସୃଷ୍ଟି କରିଥିବା ରିପୋର୍ଟରେ କୁହାଯାଇଛି ।

ଏହା ବ୍ୟତୀତ ଆଲବାମା, କାଲିଫର୍ନିଆ, କଲରାଡୋ, ଫ୍ଲୋରିଡା, ଜର୍ଜିଆ, ମିସିସିପି, ନ୍ୟୁ ମେକ୍ସିକୋ, ପୁଏର୍ଟୋ ରିକୋ, ଟେନେସି, ଟେକ୍ସାସ୍ ଏବଂ ନ୍ୟୁୟର୍କ ସିଟିରେ ଶ୍ୱାସଜନିତ ରୋଗ ସଂକ୍ରମଣ ଅଧିକ ରହିଛି । ଜ୍ୱର, କାଶ ଓ ଗଳା ଦରଜ ଆଦି ଅଭିଯୋଗ ନେଇ ବହୁସଂଖ୍ୟାରେ ରୋଗୀ ପ୍ରତିଦିନ ହସ୍ପିଟାଲ ଆସୁଛନ୍ତି, ଯାହାକି ଫ୍ଲୁ’ର ଲକ୍ଷଣ । ଚଳିତ ସପ୍ତାହର ଫ୍ଲୁ’ ଭିଉ ରିପୋର୍ଟ ଅନୁଯାୟୀ ପରୀକ୍ଷା କରାଯାଇଥିବା ନମୁନା ମଧ୍ୟରୁ ୬%ରେ ଫ୍ଲୁ ପଜିଟିଭ୍ ରିପୋର୍ଟ ଆସିଛି । ଏହି ଫ୍ଲୁ କୋଭିଡ୍‌, ଆର୍‌ଏସ୍‌ଭି ଭଳି ଅନ୍ୟାନ୍ୟ ଶ୍ୱାସଜନିତ ରୋଗରେ ବଦଳିପାରେ ବୋଲି ଆଶଙ୍କା କରାଯାଉଛି । ବଢ଼ୁଥିବାରୁ ତୁରନ୍ତ ଆମେରିକା ଏବଂ ଚାଇନା ମଧ୍ୟରେ ଯାତାୟାତ କଟକଣା ଲଗାଇବାକୁ ମାର୍କୋ ରୁବିଓଙ୍କ ନେତୃତ୍ୱରେ ଅନେକ ରିପବ୍ଲିକାନ୍ ସିନେଟର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ପତ୍ର ଲେଖିଛନ୍ତି । ଚାଇନାରେ ପିଲାମାନଙ୍କ ମଧ୍ୟରେ ଶ୍ୱାସକ୍ରିୟାଜନିତ ରୋଗ ଏବଂ ନିମୋନିଆ ବଢ଼ିଚାଲିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ ) ଉଦ୍‌ବେଗ ପ୍ରକାଶ କରିବା ସହ ଏହା ଉପରେ ବେଜିଂ ସବିଶେଷ ତଥ୍ୟ ଦେବା ପାଇଁ ଅନୁରୋଧ କରିଛି । ଚାଇନାରେ ଅଜଣା ଶ୍ୱାସରୋଗ ବଢ଼ୁଥିବାବେଳେ ଏହି ଦେଶ ରୋଗକୁ ଲୁଚାଇ ରଖିବାର ଇତିହାସ ରହିଛି । କୋଭିଡ୍ ସମୟରେ ବେଜିଂ ତଥ୍ୟ ଲୁଚାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking