29.1 C
Bhubaneswar
Saturday, July 27, 2024
Homeଓଡିଶାବସ୍ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ବସ୍ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଲକପୁରରେ ଆଜି ସନ୍ଧ୍ୟାରେ ବସ୍ ଧକ୍କାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଉଛନ୍ତି କରି ମାଝୀ ଓ ଜଗନ୍ନାଥ ନାଏକ । କରି ମାଝୀଙ୍କ ଘର କଲମପୁର ବ୍ଲକ ଗୁମାବାହାଲରେ ।

ସେହିପରି ଜଗନ୍ନାଥଙ୍କ ଘର ତୋତରାଗୁଡ଼ାରେ । ସେମାନେ ଜୁନାଗଡ଼ରୁ ବାଇକ୍ ଯୋଗେ ସେମାନଙ୍କ ଗାଁ ଅଭିମୁଖେ ଫେରୁଥିଲେ । ସେହି ସମୟରେ କଲମପୁରରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ସେମାନଙ୍କୁ ଚିଲକପୁରଠାରେ ଧକ୍କା ଦେଇଥିଲା । କରି ଓ ଜଗନ୍ନାଥଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଜୁନାଗଡ଼ ପୁଲିସ୍ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking