ହାଇଦ୍ରାବାଦ : ତେଲେଙ୍ଗାନା ବିଧାନସଭାର ମୋଟ ୧୧୯ ଆସନ ପାଇଁ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ଭେ।।ଟଗ୍ରହଣ କରାଯାଇଛି । ତଦନୁଯାୟୀ ସନ୍ଧ୍ୟା ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି । ଅନ୍ୟ ୪ ରାଜ୍ୟ ଯଥା ମିଜୋରାମ, ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ସହ ତେଲେଙ୍ଗାନାରେ ଏକାସାଙ୍ଗରେ ଡିସେମ୍ବର ୩ରେ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ ।
ଏଥର ତେଲେଙ୍ଗାନାରେ ମୋଟ ୨୨୯୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ୩୫,୬୫୫ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା । ୧୦୬ଟି ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଅନୁଷ୍ଠିତ ହୋଇଥିବାବେଳେ ନକ୍ସଲ ପ୍ରଭାବିତ ଅବଶିଷ୍ଟ ୧୩ଟି ଆସନ ପାଇଁ ଏହି ସମୟସୀମା ସକାଳ ୭ଟାରୁ ଅପରହ୍ନ ୪ଟା ଧାର୍ଯ୍ୟ କରାଯାଇଥିଲା ।