24.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶପଞ୍ଚରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟ୍‌; ଭାରତୀୟ ଦଳକୁ ଫେରିଲେ ଆକାଶଦୀପ୍ ସିଂହ

ପଞ୍ଚରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟ୍‌; ଭାରତୀୟ ଦଳକୁ ଫେରିଲେ ଆକାଶଦୀପ୍ ସିଂହ

ନୂଆଦିଲ୍ଲୀ: ସ୍ପେନ୍‌ର ଭାଲେନ୍ସିଆରେ ଡିସେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପଞ୍ଚରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟ୍ ପାଇଁ ଗୁରୁବାର ୨୪ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ୨୦୨୩-୨୪ ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍ ପୂର୍ବରୁ ଭାରତ ଏହି ଇଭେଣ୍ଟ୍‌ରେ ଆୟୋଜକ ସ୍ପେନ୍ ସହିତ ଜର୍ମାନୀ, ଫ୍ରାନ୍ସ ଓ ବେଲଜିୟମ୍‌କୁ ଭେଟିବ । ୨୪ ଜଣିଆ ଦଳରେ ଅଭିଜ୍ଞ ଖେଳାଳି ଏବଂ ଯୁବ ପ୍ରତିଭାଙ୍କ ସମିଶ୍ରଣ ଦେଖିବାକୁ ମିଳିଛି । ଡ୍ରାଗ୍ ଫ୍ଲିକର୍ ହରମନପ୍ର୍ରୀତ୍ ସିଂହଙ୍କ ନେତୃତ୍ୱରେ ସୁମିତ୍ ଏବଂ ଅମିତ୍ ରୋହିଦାସଙ୍କୁ ଦଳରେ ସାମିଲ କରାଯାଇଛି ।

ଗୋଲ୍‌କିପର୍ ଲାଇନ୍‌ଅପ୍‌ରେ ସୁରଜ କାରକେରାଙ୍କ ପ୍ରତ୍ୟାବର୍ତ୍ତନ ଘଟିଥିବା ବେଳେ ନିୟମିତ ଷ୍ଟାର୍ ଗୋଲ୍‌କିପର୍ ପିଆର୍ ଶ୍ରୀଜେଶ ଏବଂ କ୍ରିଷନ ବି ପାଠକ ରହିଛନ୍ତି । ହରମନପ୍ରୀତଙ୍କ ନେତୃତ୍ୱାଧୀନ ଡିଫେନ୍ସ ଲାଇନ୍‌ରେ ଜରମନ୍‌ପ୍ରୀତ ସିଂହ, ଜୁଗରାଜ ସିଂହ, ଅମିତ ରୋହିଦାସ, ବରୁଣ କୁମାର, ସୁମିତ୍‌, ସଞ୍ଜୟ ଓ ନିଲମ ସଞ୍ଜୀବ ଖେସ୍ ଅଛନ୍ତି । ମିଡ୍‌ଫିଲ୍ଡରେ ବିବେକ ସାଗର ପ୍ରସାଦ ଓ ନୀଳକାନ୍ତ ଶର୍ମାଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ସହ ରାଜକୁମାର ପାଲ, ଶମଶେର ସିଂହ, ଉଦୀୟମାନ ପ୍ରତିଭା ୟଶଦୀପ ସିବାଚ ଓ ରବିଚନ୍ଦ୍ର ସିଂହ ମୋଇରଙ୍ଗଥେମଙ୍କୁ ସାମିଲ କରାଯାଇଛି । ଫରୱାର୍ଡ ଫ୍ରଣ୍ଟ୍ ମନଦୀପ୍ ସିଂହ, ଅଭିଷେକ, ସୁଖଜିତ୍ ସିଂହ, ଲଳିତ କୁମାର ଉପାଧ୍ୟାୟ, କାର୍ତ୍ତି ସେଲଭାମ, ଦିଲ୍‌ପ୍ରୀତ୍ ସିଂହ ଓ ଏସିଆନ୍ ଗେମ୍ସରୁ ବାଦ୍ ପଡ଼ିଥିବା ଆକାଶଦୀପ ସିଂହଙ୍କ ଦାୟିତ୍ୱରେ ରହିବ ।

ଦଳ ଚୟନ ନେଇ ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲ୍‌ଟନ୍ କହିଛନ୍ତି, ଯୁବ ଓ ଅଭିଜ୍ଞଙ୍କ ଏକ ଭଲ ମିଶ୍ରଣ ଥିବା ସନ୍ତୁଳିତ ଦଳ ସହିତ ଯାଉଛୁ । ଟୁର୍ଣ୍ଣାମେଣ୍ଟ ଆମକୁ ବିଭିନ୍ନ ବିଷୟକୁ ଟ୍ରାଏ କରିବା ଏବଂ ସେହି ଅନୁସାରେ ନିଜକୁ ସଜାଡିବା ପାଇଁ ଏକ ଭଲ ପ୍ଲାଟଫର୍ମ ପ୍ରଦାନ କରିଥାଏ । ଏହା ମଧ୍ୟ ଯୁବ ଖେଳାଳିଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ଏବଂ ବିଶ୍ୱର ଶୀର୍ଷ ଦଳଗୁଡ଼ିକୁ ସମ୍ମୁଖୀନ ହେବାର ଚାପ ଅନୁଭବ କରିବାର ଏକ ଉତ୍ତମ ସୁଯୋଗ ପ୍ରଦାନ କରିବ । ସେ ଆହୁରି କହିଛନ୍ତି, ଆଗାମୀ ସାତ ମାସ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ଆମକୁ ଅନେକ ଖେଳ ଖେଳିବାକୁ ଅଛି । ଏକ ପ୍ରକ୍ରିୟାକୁ ଅନୁସରକାର କରିବା ସହିତ ପର୍ଯ୍ୟାୟକ୍ରମେ ଆଗକୁ ବଢ଼ି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking