17.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ପୂଜାରୀ ପାଇଁ ୩୦୦୦ରୁ ଅଧିକ ଲୋକ ଆବେଦନ କରିଥିଲେ । ଏଥିପାଇଁ ୨୦୦ ଜଣଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯାଇଛି । ମକର ସଂକ୍ରାନ୍ତି ତଥା ୨୨ ଜାନୁଆରୀ ୨୦୨୪ରେ ରାମଲାଲ ଭବ୍ୟ ମନ୍ଦିରରେ ବିରାଜମାନ ହେବେ ।

ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି କହିଛନ୍ତି, ୨୦୦ ପ୍ରାର୍ଥୀଙ୍କୁ ଯୋଗ୍ୟତା ଆଧାରରେ ସାକ୍ଷାତକାର ପାଇଁ ଡକାଯାଇଛି । ଇଣ୍ଟରଭ୍ୟୁ ଅଯୋଧ୍ୟାରେ ବିଶ୍ୱ ହିନ୍ଦୁ ପରିଷଦର ମୁଖ୍ୟାଳୟ କାରସେବକ ପୁରମରେ ହେବ । ଟ୍ରଷ୍ଟ ମୁତାବକ, ବୃନ୍ଦାବନର ଜୟକାନ୍ତ ମିଶ୍ର ଏବଂ ଅଯୋଧ୍ୟାର ଦୁଇ ମହନ୍ତ ମେଥିଲେଶ ନନ୍ଦିନୀ ଶରଣ ଏବଂ ସତ୍ୟ ନାରାୟଣ ଦାସଙ୍କ ତିନି ଜଣିଆ ଖଣ୍ଡପୀଠ ଇଣ୍ଟରଭ୍ୟୁ କରିଥିଲେ ।

୨୦୦ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କୁ ଚୟନ କରାଯିବ । ଚୟନିତ ପ୍ରାର୍ଥୀଙ୍କୁ ୬ ମାସ ଟ୍ରେନିଂ ପରେ ପୂଜାରୀ ଭାବେ ନିଯୁକ୍ତି ମିଳିବ ଏବଂ ବିଭିନ୍ନ ପଦବୀରେ ନିଯୁକ୍ତି ମିଳିବ । ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି କହିଛନ୍ତି, ଯେଉଁମାନେ ଚୟନିତ ହୋଇନାହାନ୍ତି, ସେମାନେ ମଧ୍ୟ ଟ୍ରେନିଂରେ ଭାଗ ନେଇପାରିବେ । ସେମାନଙ୍କୁ ସାର୍ଟିଫିକେଟ ମିଳିବ । ଏମାନଙ୍କୁ ଭବିଷ୍ୟତରେ ସୁଯୋଗ ଦିଆଯିବ । ଟ୍ରେନିଂ ସମୟରେ ପ୍ରାର୍ଥୀଙ୍କୁ ମାଗଣାରେ ଭୋଜନ ଏବଂ ଘର ସହିତ ୨୦୦୦ ଟଙ୍କା ଭତ୍ତା ମିଳିବ ।

ସୂଚନାଯୋଗ୍ୟ, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚୟନ କରାଯାଉଥିବା ସମୟ ବହୁତ ସ୍ୱତନ୍ତ୍ର ରହିଛି । ସେଦିନ ଏହିସମୟରେ ମୃଗଶୀର୍ଷ ନକ୍ଷତ୍ର ରହିଛି । ଯାହା ବହୁତ ଶୁଭ ହୋଇଥାଏ । ଏହି ନକ୍ଷତ୍ରରେ କୃଷି କାର୍ଯ୍ୟ, ବେପାର, ବିଦେଶ ଯାତ୍ରା ପାଇଁ ସର୍ବଶ୍ରେଷ୍ଠ । ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ୧୭ ଜାନୁଆରୀରୁ ବିଧିବିଧାନ ପୂଜା ଆରମ୍ଭ ହୋଇଯିବ । ସେଦିନ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ଏହି ଅବସରରେ ବିଶ୍ୱର ୮୦ଟି ରାଷ୍ଟ୍ରର ମୁଖ୍ୟଙ୍କୁ ନିମନ୍ତ୍ରଣ ପତ୍ର ପଠାଯିବ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏନେଇ ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଛି ।

ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରାଣ ପ୍ରତିଷ୍ଠା ପାଇଁ କେବଳ ଦେଶର ନୁହେଁ ବିଦେଶୀ ଅତିଥିଙ୍କର ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଛି । ଟ୍ରଷ୍ଟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସୂଚୀରେ ଦେଶ ସମେତ ବିଶ୍ୱର ୮୦ଟି ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ନାମ ସାମିଲ କରାଯାଇଛି । ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମନ୍ଦିର ତୀର୍ଥକ୍ଷେତ୍ରରୁ ସମସ୍ତ ଧର୍ମାଚାର୍ଯ୍ୟ ସାମିଲ ହେବେ । ୧୬୦ ଦେଶର ପ୍ରତିନିଧିଙ୍କୁ ନିମନ୍ତ୍ରଣ ପଠାଯିବ । ଅଯୋଧ୍ୟାର ସମସ୍ତ ପ୍ରମୁଖ ମଠର ସନ୍ଥମାନଙ୍କୁ ନିମନ୍ତ୍ରଣ ପଠାଯିବ । ୨୫ ହଜାର ସନ୍ଥ ୧୦ହଜାରରୁ ଅଧିକ ଅତିଥି ଉପସ୍ଥିତ ରହିବ ।  ରାମ ଜନ୍ମଭୂମି ସୁରକ୍ଷାରେ ଏସଏସଏଫର ୨୮୦ ଯବାନ ନିୟୋଜିତ ରହିବେ । ଅଯୋଧ୍ୟା ବ୍ୟତୀତ କାଶୀ ଏବଂ ମଥୁରା ମନ୍ଦିରର ସୁରକ୍ଷା ଦାୟିତ୍ୱ ମଧ୍ୟ ଏସଏସଏଫ ଷ୍ଟାଫଙ୍କୁ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking