26.1 C
Bhubaneswar
Thursday, July 25, 2024
Homeଦେଶ ବିଦେଶବାପା-ମା’ଙ୍କ ଚାପ ଛାତ୍ର ଆତ୍ମହତ୍ୟାର ଅନ୍ୟତମ କାରଣ : ସୁପ୍ରିମକୋର୍ଟ

ବାପା-ମା’ଙ୍କ ଚାପ ଛାତ୍ର ଆତ୍ମହତ୍ୟାର ଅନ୍ୟତମ କାରଣ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶରେ ବୃଦ୍ଧି ପାଉଥିବା ଆତ୍ମହତ୍ୟା ଏକ ଚିନ୍ତାର କାରଣ ହୋଇଛି । ବିଶେଷକରି ଛାତ୍ର ଆତ୍ମହତ୍ୟାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା । ଏହି ପରିପ୍ରେକ୍ଷୀରେ  ଉଚ୍ଚତମ ନ୍ୟାୟାଳୟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଦେଶରେ ବୃଦ୍ଧି ପାଉଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ସେମାନଙ୍କ ମାତାପିତା ହେଉଛନ୍ତି ଅନ୍ୟତମ କାରଣ । ପାଠପଢାରେ ହେଉଥିବା ପ୍ରତିଯୋଗିତା ଏବଂ ବାପା-ମା’ଙ୍କ ଚାପ ପାଇଁ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରୁଛନ୍ତି । ଦେଶରେ ଇଞ୍ଜିନିୟରିଂ ଓ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ଖୋଲିଥିବା କୋଚିଂ ସେଣ୍ଟର ଉପରେ ନିୟନ୍ତ୍ରଣ ଆଣିବା ଲାଗି ହୋଇଥିବା ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିବା ସହ ଏ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜଷ୍ଟିସ ସଞ୍ଜୀବ ଖନ୍ନାଏବଂ ଜଷ୍ଟିସ ଏମ ବି ଏନ ଭଟ୍ଟୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜ ଅସହାୟତା ପ୍ରକାଶ କରି ପରିସ୍ଥିତି ସେମାନେ ଜାଣିଥିଲେ ବିଦେଶ ଦେଇପାରିବେ ନାହିଁ ବୋଲି କହିଥିଲେ  । ଖଣ୍ଡପୀଠ ଆହୁରି କହିଥିଲେ,  ବିଭିନ୍ନ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ପିଲାମାନଙ୍କ ଉପରେ ସେମାନଙ୍କର ପିତାମାତା ଅଧିକ ଚାପ ପକାଉଛନ୍ତି। ଯେଉଁଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ତେବେ  କୋଚିଂ ସେଣ୍ଟରଗୁଡ଼ିକୁ ନିୟନ୍ତ୍ରଣ କରିବା ଉପରେ ମତ ଦେଇ କୋର୍ଟ କହିଥିଲେ, ଏହାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇହେବ ନାହିଁ। ଏଥିପାଇଁ ସରକାରଙ୍କ ନିକଟରେ ଆବେଦନ କରିପାରିବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking