ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା ପର୍ଯ୍ୟବେକ୍ଷକ କରାଯିବାକୁ ସମାଲୋଚନା ରହିଛି । କଡା ସମାଲୋଚନା କଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । କେନ୍ଦ୍ରାପଡା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ୨ ମନ୍ତ୍ରୀଙ୍କ ଛତ୍ରଛାୟାରେ । ଅଭିଯୁକ୍ତ ଆଠଗଡର ସୂର୍ଯ୍ୟକାନ୍ତ ସାହୁ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ପାଖଲୋକ । ଛାତ୍ରୀଙ୍କ ପରିବାରକୁ ଧମକାଉଥିବା ଅଧ୍ୟାପକ ଜଣକ ମନ୍ତ୍ରୀ ଅତନୁଙ୍କ ଖାସ୍ଲୋକ । ଓଡିଶାରେ ଦୁଷ୍କର୍ମ ଯେଉଁଠତ, ବିଜୁ ଜନତା ଦଳ ସେଇଠି । ହତ୍ୟା ମାମଲାରେ ସଂପୃକ୍ତ ପ୍ରତାପ ଜେନା ଏବେ ସେହି ଜିଲ୍ଲାର ପର୍ଯ୍ୟବେକ୍ଷକ । ୨୦୦୯ରୁ ଏଯାଏ ମାହାଙ୍ଗା ଅଂଚଳର ୫ଟି ରାଜନୈତିକ ହତ୍ୟା ଘଟିଲାଣି । ଏ ସବୁ ହତ୍ୟାରେ ପ୍ରତାପଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ସଂପୃକ୍ତି ଅଭିଯୋଗ ଅଛ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।