30.1 C
Bhubaneswar
Saturday, March 15, 2025
Homeଓଡିଶାକରୋନା କରିଥିଲା ଅନାଥ ଏବେ ମିଳିଲା ନୂଆ ଠିକଣା

କରୋନା କରିଥିଲା ଅନାଥ ଏବେ ମିଳିଲା ନୂଆ ଠିକଣା

ଭୁୁବନେଶ୍ୱର: ସେଇଦିନ ସୁନା ସଂସାରକୁ ଚୂନା କରିଦେଇଥିଲା କରୋନା । ଆଗ ପଛ ହୋଇ ଆରପାରିକୁ ଚାଲିଯାଇଥିଲେ ବାପା ଓ ମା । ଅନାଥ ହୋଇଯାଇଥିଲେ ଦୁଇ ନିରୀହ ନିଷ୍ପାପ କୋମଳମତି ଶିଶୁ । ଏତେ ବଡ ଦୁନିଆରେ ଏକା ଏକା କେମିତି ବଞ୍ଚିବେ ଭାବୁ ଭାବୁ ସହାୟତାର ହାତ ବଢାଇଥିଲା ଜିଲ୍ଲା ପ୍ରଶାସନ । ଆଉ ଏବେ ସମ୍ପୂର୍ଣ୍ଣ ଭାବେ ବଦଳିବାକୁ ବସିଛି ଦୁଇ ଶୁଶୁଙ୍କ ଭାଗ୍ୟ ଓ ଭବିଷ୍ୟତ । ଗଜପତି ଜିଲ୍ଲାର ଦୁଇ ଶିଶୁ କନ୍ୟା ଅର୍ଚ୍ଚନା ଓ ଅର୍ପିତା । ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଏହି ଦୁଇ ୪୫ଓ ୪୬ତମ ଶିଶୁଙ୍କୁ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ସ୍ପେନ୍ ଦେଶର ଏକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ସୂଚନା ମୁତାବକ, ଏହି ଶିଶୁ କୋଭିଡ଼ ମହାମାରୀ ସମୟରେ ମାତା ଓ ପିତାଙ୍କୁ ହରାଇଥିଲେ। ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଅର୍ଚ୍ଚନା ଓ ଅର୍ପିତା ଉଭୟ ଶିଶୁଙ୍କୁ ଉଦ୍ଧାର କରିଥିଲା । ଏହାପରେ ସେମାନଙ୍କର ଯତ୍ନ ଓ ସୁରକ୍ଷା ନିମନ୍ତେ ସ୍ଵତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିସାନ୍ ସାଲୋମ୍ ଅନୁଷ୍ଠାନରେ ରଖି ପ୍ରଶାସନ ଲାଳନପାଳନ କରୁଥିଲା।
ଶିଶୁ ମଙ୍ଗଳ ସମିତି ଶିଶୁମାନଙ୍କୁ ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ ଏବଂ ଏହାପରେ ଶିଶୁମାନଙ୍କ ତଥ୍ୟ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ପୋର୍ଟାଲ୍ ରେ ଅପଲୋଡ଼୍ କରାଯାଇଥିଲା । ଶିଶୁଦ୍ୱୟ ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବେ, ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା। ତିନି ବର୍ଷ ଧରି ପୋଷ୍ୟ ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ସ୍ପେନ୍ ଦେଶର ଦମ୍ପତ୍ତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ। ସ୍ପେନ୍ ଦମ୍ପତ୍ତି ଭିଡ଼ିଓ ମାଧ୍ୟମରେ ଶିଶୁଦ୍ୱୟଙ୍କୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ।
ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଗତକାଲି ଶିଶୁଦ୍ୱୟଙ୍କୁ ସ୍ପେନ୍ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରାଯାଇଥିଲେ। ଏହି ଶିଶୁକନ୍ୟା ଦ୍ୱୟଙ୍କ ବୟସ ୬ ବର୍ଷ ଓ ୪ ବର୍ଷ ଏବଂ ସମ୍ପର୍କରେ ପରସ୍ପର ଭଉଣୀ । ଶିଶୁମାନଙ୍କୁ ପାଇ ସ୍ପେନ୍ ଦମ୍ପତ୍ତି ବେଶ ଖୁସି । ସାମ୍ବାଦିକ ମାନେ ଦମ୍ପତ୍ତିଙ୍କୁ ଯେତେବେଳେ ପଚାରିଲେ ଆପଣ ଭାରତରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ତାହାରି ଉତ୍ତରରେ ଦମ୍ପତ୍ତି କହିଥିଲେ ଭାରତ ଗୋଟିଏ ସୁନ୍ଦର ଦେଶ ଏବଂ ଭାରତର ସଂସ୍କୃତି ଓ ପରମ୍ପରା ଆମକୁ ବହୁତ ଭଲଲାଗେ । ପିଲାମାନଙ୍କୁ ଭଲ ପାଠ ପଢାଇବେ ଏବଂ ଭବିଷ୍ୟତରେ ସେମାନେ ଯାହା ହେବାକୁ ଚାହିଁବେ ତାହା କରାଇବେ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking