30.1 C
Bhubaneswar
Saturday, October 5, 2024
Homeଅପରାଧହଠାତ୍‌ ଚାଲିଗଲା କରେଣ୍ଟ, ଗାଏବ ହୋଇଗଲା ୭୨ ମୋବାଇଲ

ହଠାତ୍‌ ଚାଲିଗଲା କରେଣ୍ଟ, ଗାଏବ ହୋଇଗଲା ୭୨ ମୋବାଇଲ

ନୂଆଦିଲ୍ଲୀ: ଗୁରୁଗ୍ରାମ ସେକ୍ଟର-୫୯ରେ ଥିବା ସ୍ପୋଟର୍ସ କ୍ଲବରେ ଆଖିପିଛୁଳାକେ ଚୋରି ହୋଇଗଲା ୭୨ ମୋବାଇଲ । ଏହି କ୍ଲବରେ ସନବର୍ନ ଫେଷ୍ଟିଭାଲ ଚାଲୁଥିବା ବେଳେ ହଠାତ୍‌ କରେଣ୍ଟ ଚାଲିଯାଇଥିଲା । ଆଉ ଏହାର ଫାଇଦା ଉଠାଇ ଚୋର ୭୨ ମୋବାଇଲ ଚୋରି କରିନେଇଥିବା ଖବର ମିଳିଛି । ଏହି ମାମଲାରେ ମୋବାଇଲ ଚୋରି ହୋଇଥିବା ନେଇ ପୋଲିସରେ ମାମଲା ରୁଜୁ ହୋଇଛି । ଖବର ମୁତାବକ, ଦିଲ୍ଲୀ ଗୁରୁଗ୍ରାମ ସ୍ଥିତ ସେକଟର-୫୯ ରେ ଥିବା ସ୍ପୋଟର୍ସ କ୍ଲବରେ ସନବର୍ନ ଫେଷ୍ଟିଭଲ ଚାଲୁଥିଲା । ଏଥିରେ ନେଦରଲାଣ୍ଡ କଳାକାରଙ୍କ ମ୍ୟୁଜିକ କନସର୍ଟ ଚାଲିଥିଲା । ଏହି କନସର୍ଟରେ ପ୍ରାୟ ୧୦ ହଜାର ଲୋକ ସାମିଲ ହୋଇଥିଲେ । ମ୍ୟୁଜିକ କନସର୍ଟ ଚାଲୁଥିବା ବେଳେ ହଠାତ୍‌ କରେଣ୍ଟ ଚାଲିଯାଇଥିଲା । ଆଉ ଏହାର ଫାଇଦା ଉଠାଇ ଚୋର ସଙ୍ଗେ ସଙ୍ଗେ ୭୨ଟି ମୋବାଇଲ ଚୋରାଇ ନେଇଥିବା ଖବର ଜଣାପଡିଛି ।
ଏହି ମାମଲାରେ ଥାନାରେ ମାମଲା ରୁଜୁ କରାଯାଇଛି । ଡିସିପି ସାଉଥ ସିଦ୍ଧାନ୍ତ ଜୈନ କହିଛନ୍ତି, ପୋଲିସ ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରିଛି । ତାଙ୍କ ପାଖରୁ ୨ଟି ମୋବାଇଲ ମଧ୍ୟଜବତ ହୋଇଛି ।
ଏହି ମାମଲାରେ ସେକ୍ଟର ୬୫ ପୋଲସ ଷ୍ଟେସନରେ ରବିବାର ରାତିରେ ୭ ଜଣ ଲୋକ ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁଯାୟୀ, ସନବର୍ନ ମ୍ୟୁଜିକ ଫେଷ୍ଟରେ ସେମାନଙ୍କ ମୋବାଇଲ ଚୋରି ହୋଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking