34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶପାକିସ୍ତାନକୁ ମିଳିବନି ପାଣି, ଭାରତ ବନ୍ଦ କରିବ ସିନ୍ଧୁ ନଦୀ ଜଳ ଚୁକ୍ତି

ପାକିସ୍ତାନକୁ ମିଳିବନି ପାଣି, ଭାରତ ବନ୍ଦ କରିବ ସିନ୍ଧୁ ନଦୀ ଜଳ ଚୁକ୍ତି

ପାକିସ୍ତାନ: ଖାଦ୍ୟ ପାଇଁ ସଂଘର୍ଷ କରୁଥିବା ପାକିସ୍ତାନକୁ ଆଉ ମିଳିବନି ପାଣି । ଦୀର୍ଘ ଦିନ ହେବ ଆର୍ଥିକ ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ । ଦିନକୁ ଦୁଇ ଓଳି ଖାଇବାକୁ ପାଉନାହାନ୍ତି ଏଠାକାର ଲୋକେ । ଖାଦ୍ୟ ପେଟ୍ରୋଲର ଅଭାବ ତ ଲାଗି ରହିଛି କିନ୍ତୁ ଏବେ ପାଣି ପାଇଁ ବି ସଂଘର୍ଷ କରିବ ପାକିସ୍ତାନ । ଆଉ ପାକିସ୍ତାନକୁ ମିଳିବନି ପାଣି । ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀରେ ପରିଣତ ହୋଇଥିବା ପାକିସ୍ତାନର ପାଣି ବନ୍ଦ ହେବାକୁ ଯାଉଛି ।

ପାକିସ୍ତାନ ସହ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ଆଗକୁ ବଢ଼ାଇବାକୁ ଚାହୁଁନି ଭାରତ । ଏହା ଦ୍ୱାରା ପାକିସ୍ତାନର ସମସ୍ୟା ନିଶ୍ଚିତ ବଢ଼ିବ । ଏହି ମାମଲାରେ ଭିଏନାର ଜଣେ ନିରପେକ୍ଷ ବିଶେଷଜ୍ଞଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଭାରତ ଏହି ପ୍ରସଙ୍ଗରେ ନିଜର କଥାକୁ ସ୍ପଷ୍ଟ କରିଛି । ସୂଚନାଥାଉ କି ଜାମ୍ମୁ କାଶ୍ମୀରର କିଶନଗଙ୍ଗା ଏବଂ ରତେଲ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଉପୁଜିଛି । ପାକିସ୍ତାନ ଏହି ବିବାଦର ସମାଧାନ ଚାହୁଁଛି । କିନ୍ତୁ ଆତଙ୍କବାଦ ବିସ୍ତାର କରୁଥିବା ପାକିସ୍ତାନକୁ ଭାରତ ପାଣି ଦେବାକୁ ଚାହୁଁ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking