29.1 C
Bhubaneswar
Saturday, October 5, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଆସିକା ବଡ଼ ଶଙ୍ଖ ଉପରେ ଦୁର୍ଘଟଣା । ହାଇଓ୍ବା ଧକ୍କାରେ ଝିଅର ମୃତ୍ୟୁ ହୋଇଥିବା ବେଳେ ମା’ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଧରକୋଟ ଥାନା ଅନ୍ତର୍ଗତ କୁଶରାବ ଗ୍ରାମର ଗୀତାଞ୍ଜଳି ମୋହିନୀଙ୍କ ଝିଅ ଶ୍ରଦ୍ଧାଞ୍ଜଳି ମହାନ୍ତିଙ୍କ ସହ ସ୍କୁଟି ଯୋଗେ ଯାଉଥିଲେ । ସେହି ସମୟରେ ତାଙ୍କୁ ପଛପଟୁ ଆସୁଥିବା ଏକ ହାଇଓ୍ବା ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୧୧ବର୍ଷ ଝିଅ ଶ୍ରଦ୍ଧାଞ୍ଜଳିର ମୃତ୍ୟୁ ହୋଇଥିଲା । ମା’ ଗୀତାଞ୍ଜଳିଙ୍କ ଗୋଡ଼ ଉପର ଦେଇ ହାଇଓ୍ବା ଚଢି ଯାଇଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।
ଘଟଣାସ୍ଥଳରେ ଆସିକା ପୋଲିସ ପହଞ୍ଚ ଦୁର୍ଘଟଣା ଘଟାଇଥିବା ହାଇଓ୍ବାକୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି । ଉଲ୍ଲେଖଯୋଗ୍ୟ ଯେ, ଗୀତାଞ୍ଜଳି ଆସିକା ଜୟପୁର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର‌୍ୟ୍ୟ କରୁଥିଲେ । ସେ ଗୁରୁବାର ସ୍କୁଲକୁ ଯିବା ରାସ୍ତାରେ ଏପରି ଦୁର୍ଘଟଣା ଘଟିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking