27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଭୂମିକମ୍ପ ପରେ ସଙ୍କଟ: ମରୋକ୍କୋରେ ବଳାତ୍କାର, ଜବରଦସ୍ତ ବିବାହ ମାମଲା ବୃଦ୍ଧି....

ଭୂମିକମ୍ପ ପରେ ସଙ୍କଟ: ମରୋକ୍କୋରେ ବଳାତ୍କାର, ଜବରଦସ୍ତ ବିବାହ ମାମଲା ବୃଦ୍ଧି….

ରାବାତ : ମରୋକ୍କୋରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ ମହିଳା ଅଧିକାର କର୍ମୀ ତଥା ସଂଗଠନମାନେ ସଜାଗ ରହିଛନ୍ତି । ଏହାର କାରଣ ହେଉଛି ମହିଳା ଏବଂ ଝିଇମାନଙ୍କ ବିଷୟରେ ଅନଲାଇନ ପୋଷ୍ଟ । ବାସ୍ତବରେ, ମରୋକ୍କୋର ଆଟଲାସ ପର୍ବତ ନିକଟରେ ସେପ୍ଟେମ୍ବର ୮ ରେ ଘଟିଥିବା ୮.୯ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ପରେ ପରିସ୍ଥିତି ସଙ୍କଟ ଜନକ ହୋଇପଡିଛି । ବିଶେଷ କରି ନାବାଳିକାମାନଙ୍କ ପାଇଁ ସ୍ଥିତି ଖରାପ ହେବାରେ ଲାଗିଛି । ଭୂକମ୍ପ ଯୋଗୁ ନିଜ ପ୍ରିୟ ପରିଜନଙ୍କୁ ହରାଇଥିବା ଲୋକଙ୍କ ଆଖିରୁ ଲୁହ ଶୁଖି ନ ଥିବା ବେଳେ ଏବେ ବଳାତ୍କାର, ଜବରଦସ୍ତ ବିବାହ ମାମଲାରେ ବୃଦ୍ଧି ଘଟିବାରେ ଲାଗିଛି । ଭୂକମ୍ପ ମହିଳା ଏବଂ ବାଳିକାମାନଙ୍କ ପାଇଁ ଆହୁରି ବଡ ବିନାଶ ଆଣିଛି ।

ଶକ୍ତିଶାଳୀ ଭୂକମ୍ପ ପରେ ପୁରୁଷମାନେ ଅନଲାଇନରେ ମହିଳା ଏବଂ ବାଳିକାମାନଙ୍କୁ ଶୋଷଣ ତଥା ବିବାହ କରିବାକୁ ଚାହୁଁଥିବା ପୋଷ୍ଟଗୁଡିକ ଶେୟାର କରାଯାଉଛି । ସୋସିଆଲ ମିଡିଆରେ ଏହି ପୋଷ୍ଟଗୁଡିକ ଦେଖି ମହିଳା ଅଧିକାର କର୍ମୀ ଏବଂ ସଂଗଠନମାନେ ସଜାଗ ରହିଛନ୍ତି । ଫେସବୁକରେ ‘ସିଟି ଗର୍ଲ’ ନାମକ ଏକ ପେଜରେ ବିଭିନ୍ନ ପ୍ରକାରର ପୋଷ୍ଟ ଶେୟାର କରାଯାଇଛି । ଝିଅମାନଙ୍କୁ ବିବାହ କର ଯେଉଁମାନେ ତୁମଠାରୁ କିଛି ଚାହାଁନ୍ତି ନାହିଁ । ପୁରୁଷମାନେ ଝିଅମାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଏହାକୁ ଧର୍ମ ଆଧାରରେ ନ୍ୟାୟ ବୋଲି କହୁଛନ୍ତି । ସେମାନେ କହୁଛନ୍ତି ନାବାଳିକମାନେ ଛୋଟ ହୋଇଥିଲେ ମଧ୍ୟ ଆମେ ତାଙ୍କୁ ବିବାହ କରି ସେମାନଙ୍କୁ ଉଦ୍ଧାର କରିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking